Masthead

ଇମ୍ରାନ ସରକାରଙ୍କ ମୁଖା ଖୋଲିବେ ଆଜି ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତାଜିକିସ୍ତାନର ରାଜଧାନୀ ଦୁଶାଂବେ ଅନୁଷ୍ଠିତ ହେବାକୁ ଥିବା ସଂଘାଇ ସହଯୋଗ ସଙ୍ଗଠନର ବାର୍ଷିକ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ । ଏହି ବୈଠକରେ ଆତଙ୍କବାଦ, ଆଞ୍ଚଳିକ ସୁରକ୍ଷା, ଆଫଗାନିସ୍ତାନ ସଙ୍କଟ, ସହଯୋଗ ଏବଂ ସଂଯୋଗ ଊପରେ ଆଲୋଚନା କରାଯିବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏହି ବୈଠକରେ ଯୋଗ ଦେବାର କଥା ସାମ୍ନକୁ ଆସିଛି । ଯାହାଫଳରେ ପ୍ରଧାନମନ୍ତ୍ରୀ ପୁଣିଥରେ ପାକିସ୍ତାନର ଅସଲ ଚେହେରାକୁ ସାରା ବିଶ୍ୱ ଆଗରେ ପ୍ରକାଶ କରିବା ସହ ଆତଙ୍କବାଦ ପ୍ରସଙ୍ଗରେ ଇମ୍ରାନ ଖାନଙ୍କୁ କଡ଼ା ସମାଲୋଚନା କରିବେ ବୋଲି ଅନୁମାନ କରାଯାଉଛି ।

ବାସ୍ତବରେ ଆଫଗାନିସ୍ତାନ ସଙ୍କଟରେ ପାକିସ୍ତାନର ଭୂମିକା ଖୋଲାଖୋଲି ଭାବରେ ବିଶ୍ୱ ଆଗରେ ପଦାରେ ପଡ଼ିଛି । ତାଲିବାନ ଓ ଆତଙ୍କବାଦୀଙ୍କୁ ପାକିସ୍ତାନ କିପରି ସମର୍ଥନ କରୁଛି ତାହା ମଧ୍ୟ ବିଶ୍ୱ ଦେଖୁଛି । ଅନ୍ୟପଟେ ଆଫଗାନିସ୍ତାନ ସଙ୍କଟ ପରେ ଏହା ପ୍ରଥମ ଥର ହେବ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇମ୍ରାନ ଖାନ ମୁହାଁମୁହିଁ ହେବା ପାଇଁ ଯାଉଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ