Masthead

ସେଞ୍ଚୁରି ମାରିଲା ଟମାଟୋ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ସେଞ୍ଚୁରି ମାରିଲା ଟମାଟୋ । ହାଣ୍ଡିଶାଳରେ ଟମାଟୋର ସ୍ଥାନ ସ୍ୱତନ୍ତ୍ର । ପ୍ରତିଟି ସ୍ୱାଦିଷ୍ଟ ବ୍ୟଞ୍ଜନ ପାଇଁ ଟମାଟୋର ରହିଛି ଚାହିଦା । ସମସ୍ତଙ୍କର ପ୍ରିୟ ପରିବାର ଟମାଟୋ ।  ଟମାଟୋ ନଥିଲେ ଖାଦ୍ୟର ସ୍ୱାଦ ଫିକା ପଡିଯାଏ । କିନ୍ତୁ ଏବେ ଏହି ଟମାଟୋକୁ ନେଇ ଗୃହିଣୀଙ୍କର ମୁଣ୍ଡ ବିନ୍ଧା ବଢିଯାଇଛି । କିଛିଦିନ ତଳେ ଦର ଥିଲା କେଜି ପ୍ରତି ୨୦ରୁ୨୫ ଟଙ୍କା । ଏବେ ୧୦୦ ଛୁଇଁଛି । ରାଜଧାନୀରେ ଟମାଟୋ ୧୦୦ ଛୁଇଁଥିବା ବେଳେ କଟକରେ ୮୦ ଟଙ୍କା ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଟମାଟୋ ଦର ଆକାଶ ଛୁଆଁ । କେବଳ ଟମାଟୋ ନୁହେଁ  ବିନ୍ସ,ଝୁଡଙ୍ଗ,ବାଇଗଣ,ପୋଟଳ ଭଳି ଅନ୍ୟ ପରିବା ଦର ମଧ୍ୟ ଆକାଶ ଛୁଆଁ ।

ବିନ୍ସ କିଲୋ ପିଛା ଦର ୨୦୦ ଟଙ୍କା ହୋଇଥିବାବେଳେ ବାଇଗଣ,ଝୁଡଙ୍ଗ,ପୋଟଳ ଆଦିର ଦର କିଲୋ ପିଛା ୧୦୦ ଟଙ୍କା ରହିଛି । ଉତ୍ପାଦନରେ ହ୍ରାସ ପାଉଥିବାରୁ ଟମାଟୋର ଏଭଳି ସଙ୍କଟ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ବର୍ଷାରେ ବିଳମ୍ବ ହେତୁ ଟମାଟୋ ଉତ୍ପାଦନ କମ୍ ହୋଇଛି । । ମହାରରଷ୍ଟ୍ର,ମଧ୍ୟପ୍ରଦେଶ ଓ ବେଙ୍ଗାଲୁରୁରୁ ଓଡ଼ିଶାକୁ ଟମାଟୋ ଯୋଗାଣ ହୋଇଥାଏ । ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶରୁ ଓଡ଼ିଶାକୁ ଟମାଟୋ ଯୋଗାଣ ବନ୍ଦ ହୋଇଯାଇଛି । ଏବେ କେବଳ ବେଙ୍ଗାଲୁରୁ ଓଡ଼ିଶାକୁ ଟମାଟୋ ଯୋଗାଣ ହେଉଛି । ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଟମାଟୋ ଉତ୍ପାଦନକାରୀ ଦେଶ । କିନ୍ତୁ ଏବେ ଭାରତରେ ଟମାଟୋକୁ ନେଇ ସଙ୍କଟ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି