Masthead

ଟପ୍ ସିକ୍ରେଟ୍ ଯୋଦ୍ଧା

ଦେଶର ସୁରକ୍ଷାରେ ପରଦା ପଛର ଯୋଦ୍ଧା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶର ସୁରକ୍ଷାରେ ପରଦା ପଛର ଯୋଦ୍ଧା । ଗୁପ୍ତଚରଭାବେ ପାକିସ୍ତାନରେ ରହିଛନ୍ତି ବର୍ଷ ବର୍ଷ । ଶତ୍ରୁ ଦେଶ ବିରୋଧରେ ଭାରତକୁ ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଯାହା ଆତଙ୍କବାଦୀ ଆକ୍ରମଣରୁ ଭାରତକୁ ରକ୍ଷା କରିବାରେ ଓ ଯୁଦ୍ଧ ଜିତିବାରେ ସାହାର୍ଯୟ କରିଛି । ବର୍ଷ ବର୍ଷ ଧରି ଶତ୍ରୁ ଦେଶରେ ବନ୍ଦୀ ରହିଛନ୍ତି ନିର୍ଯାତନା ସହିଛନ୍ତି । ଏମାନଙ୍କ ମଧ୍ୟରେ କିଛି ତାଲିମପ୍ରାପ୍ତ ‘ର’ ଏଜେଣ୍ଟ ଥିଲେ । ଦେଶର ୧୦ ଗୁପ୍ତଚରଙ୍କ ଗୁପ୍ତ ମିଶନ ଭାରତୀୟ ନିରାପତା ଓ ସମ୍ମାନ ରକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ରବିନ୍ଦ୍ର କୌଶିକ- ଦ ବ୍ଲାକ୍ ଟାଇଗର

ଭାରତର ମହାନ ଗୁପ୍ତଚର ରବିନ୍ଦ୍ର କୌଶିକ । ମାତ୍ର ୨୩ ବର୍ଷ ବୟସରେ ‘ର’ ଦ୍ୱାରା ତାଙ୍କୁ ପାକିସ୍ତାନକୁ ପଠାଯାଇଥିଲା । ସେ ନିଜର ପରିଚୟ ବଦଳାଇ କରାଚୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ । ଏହା ପରେ ପାକିସ୍ତାନ ଆର୍ମିରେ ମେଜର୍ ଭାବେ ନିଯୁକ୍ତ ହୋଇଥିଲେ । ଏହିଭଳି ଭାବେ ସେ ଭାରତକୁ ଦୀର୍ଘ ବର୍ଷ ଧରି ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିଲେ । ଜାତୀୟ ନିରାପତା ସମ୍ଫର୍କିତ ଅସଂଖ୍ୟ ବିପଦକୁ ସେ ଅଟକାଇ ଥିଲେ । ୧୯୮୩ ମସିହାରେ ଧରାପଡିବା ପରେ ତାଙ୍କୁ ଗିରଫ କରି ଜେଲଦଣ୍ଡ ଦିଆଗଲା । ୨୦୦୧ରେ ପାକିସ୍ତାନୀ ଜେଲରେ ତାଙ୍କର ମୃତ୍ୟୁ ହେଲା ଶତ୍ରୁ ଦେଶରେ ତାଙ୍କର ଦୁଃସାହସିକ କାର୍ଯ୍ୟ ଲାଗି ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ତାଙ୍କୁ ‘ଦ ବ୍ଲାକ୍ ଟାଇଗର’ ଭାବେ ସମ୍ବୋଧିତ କରିଥିଲେ ।

ଅଜିତ ଡୋଭାଲ-ମାଷ୍ଟର୍ ଅଫ୍ ଡିସଗାଇସ୍ (ଛଦ୍ମବେଶର ମାଷ୍ଟର)

ଭାରତର ବର୍ତ୍ତମାନର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ । ‘ର’ ପାଇଁ ସେ ଜଣେ ଗୁପ୍ତଚର ଭାବେ କାମ କରିଥିଲେ । ଦୀର୍ଘ ୭ ବର୍ଷରୁ ଅଧିକ ସମୟ ଧରି ସେ ପାକିସ୍ତାନରେ ଜଣେ ମୁସଲମାନ ଭବେ ଛଦ୍ମ ବେଶରେ ରହିଥିଲେ । ଏପରିକି ଶତ୍ରୁ ଗ୍ରୁପରେ ମଧ୍ୟ ରହିଥିଲେ । ସେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ସଂଗ୍ରହ କରିଥିଲେ । ପାକିସ୍ତାନ ଉପରେ ତାଙ୍କର ଗଭୀର ଜ୍ଞାନ ଓ ନିର୍ଭୀକ କାମ ଅନେକ ଆତଙ୍କବାଦ ବିରୋଧୀ ଅପରେସନରେ ଭାରତକୁ ସାହାର୍ଯ୍ୟ କରିଛି । ଭାରତର ଜେମ୍ସ ବଣ୍ଡ୍ ଭାବେ ମଧ୍ୟ ସେ ପରିଚିତ ।

ମୋହନଲାଲ ଭାସ୍କର-ନିଜ ଗୁପ୍ତଚର କାହାଣୀର ଲେଖକ

ମୋହନଲାଲ ଭାସ୍କର ଜଣେ ‘ର’ ଏଜେଣ୍ଟ୍ ଥିଲେ । ମିଲିଟାରୀ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ ୧୯୬୦ ଦଶକରେ ସେ ପାକିସ୍ତାନ ଯାଇଥିଲେ । ଦୁର୍ଭାଗ୍ୟବଶତଃ ଧରାପଡିଲେ ଏବଂ ଜେଲରେ ଅକଥନୀୟ ନିର୍ଯାତନାର ଶିକାର ହେଲେ । ପାକିସ୍ତାନୀ ଜେଲରେ ସେ ପ୍ରାୟ ୧୪ବର୍ଷ ବିତାଇଲେ । ମୁକ୍ତ ହେବା ପରେ ସେ ଆନ୍ ଇଣ୍ଡିଆନ୍ ସ୍ପାଏ ଇନ୍ ପାକିସ୍ତାନ ଶୀର୍ଷକ ଏକ ପୁସ୍ତକ ରଚନା କଲେ । ଏଥିରେ ନିଜର ଗୁପ୍ତଚର ଜୀବନର ଯନ୍ତ୍ରଣା, ସାହସ ଓ ପାଇଥିବା ଶିକ୍ଷା ଆଦି ସେ ବର୍ଣ୍ଣନା କରିଥିଲେ ।

କୁଲଭୂଷଣ ଯାଦବ-ସବୁଠୁ ଚର୍ଚ୍ଚିତ ମାମଲା

୨୦୧୬ରେ ପୂର୍ବତନ ନୋ÷ସେନା ଅଧିକାରୀ କୁଲଭୂଷଣ ଯାଦବଙ୍କୁ ପାକିସ୍ତାନ ଅଟକ ରଖିଲା । ପାକିସ୍ତାନ ଅନୁସାରେ, ସେ ଜଣେ ‘ର’ ଗପ୍ତଚର ଥିଲେ । କିନ୍ତୁ ତାଙ୍କୁ ଇରାନରୁ ଅପହରଣ କରାଯାଇଥିଲା ବୋଲି ଭାରତ କହିଲା ଏବଂ ଗୁପ୍ତଚର ଅଭିଯୋଗକୁ ମଧ୍ୟ ଖଣ୍ଡନ କଲା । ଏକ ପାକିସ୍ତାନୀ କୋର୍ଟ ଯାଦବଙ୍କୁ ମୃତୁ୍ୟ ଦଣ୍ଡରେ ଦଣ୍ଡିତ କଲା । ତେବେ ଅର୍ନ୍ତଜାତୀୟ କୋର୍ଟ ତାଙ୍କ ମାମଲା ଶୁଣିଲା ଏବଂ ତାଙ୍କ ଫାଶିକୁ ସ୍ଥଗିତ ରଖିଲା । ଯାଦବଙ୍କ ମାମଲା ଆଧୁନିକ ଇତିହାସରେ ଅନ୍ୟତମ ସବୁଠୁ ବିବାଦୀୟ ଓ ଚର୍ଚ୍ଚିତ କାହାଣୀ ।

କାଶ୍ମିର ସିଂହ- ପାକ୍ ଜେଲରେ ୩୫ ବର୍ଷ
କାଶ୍ମୀର ସିଂହ ଜଣେ ଅଣ୍ଡର୍କଭର ଏଜେଣ୍ଟ ଥିଲେ । ୧୯୭୦ ଦଶକରେ ସେ ପାକିସ୍ତାନରେ ପ୍ରବେଶ କରିଥିଲେ । ଧରାପଡିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଗଲା । କିନ୍ତୁ ଦଣ୍ଡ କେବେ କାର୍ଯ୍ୟକାରି ହେଲା ନାହିଁ । ସେ ଦୀର୍ଘ ୩୫ ବର୍ଷ ଜେଲରେ ବିତାଇଲେ । ତାଙ୍କର ଅଧିକାଂଶ ସମୟ ଏକାନ୍ତ କାରାବାସରେ ବିତିଲା । ୨୦୦୮ରେ ପାକ୍ ରାଷ୍ଟପତି ପରଭେଜ ମୁଶରଫଙ୍କ କ୍ଷମାଦାନ ପରେ ସେ ମୁକ୍ତ ହେଲେ । ଭାରତ ଫେରିବା ପରେ ସେ ଖୋଲାଖୋଲି ସ୍ୱୀକାର କଲେ ଯେ ସେ ଜଣେ ଗୁପ୍ତଚର ଥିଲେ ।

ଗୋପାଲ ଦାସ-ପରଦା ପଛର ନାୟକ

ଭାରତ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ୧୯୮୪ରେ ଗୋପାଲ ଦାସଙ୍କୁ ପାକିସ୍ତାନରେ ଗିରଫ କରାଗଲା । ସେ ଜେଲରେ ୨୭ବର୍ଷ ବିତାଇଲେ । କିନ୍ତୁ ତାଙ୍କ ମାମଲା ବିଷୟରେ ଖୁବ୍ କମ୍ ଜାଣନ୍ତି । ଭାରତ ତାଙ୍କ ମୁକ୍ତି ପାଇଁ ପାକିସ୍ତାନକୁ ଅନୁରୋଧ କରିଥିଲା । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ପାକିସ୍ତାନକୁ ଗୋପାଲଙ୍କ ମୁକ୍ତି ପାଇଁ ଅନୁରୋଧ କରିବା ପରେ ଶେଷରେ ୨୦୧୧ ମସିହାରେ ତାଙ୍କୁ ମୁକ୍ତ କରାଗଲା । ଭାରତ ଫେରିବା ପରେ ଗୋପାଲ ମଧ୍ୟ ସ୍ୱୀକାର କଲେ, ସେ ଜଣେ ଗୁପ୍ତଚର ଥିଲେ । ତାଙ୍କ କାହାଣୀ ଗୁପ୍ତଚର ମାନଙ୍କର ନିରବ ସର୍ମପଣକୁ ଦର୍ଶାଏ ଯେଉଁମାନଙ୍କ ନାଁ ପରଦା ପଛରେ ରହିଯାଏ ।

ସୁରଜୀତ ସିଂହ-ଅତୁଟ ନିଷ୍ଠାର ଉଦାହରଣ

ସୁରଜୀତ ସିଂହ ୧୯୮୧ ମସିହାରେ ଗିରଫ ହୋଇ ପାକିସ୍ତାନୀ ଜେଲରେ ୩୦ ବର୍ଷ ବିତାଇଥିଲେ । ୨୦୧୨ ମସିହାରେ ସେ ମୁକ୍ତ ହୋଇଥିଲେ । ଭାରତ ପାଇଁ ଗୁଇନ୍ଦାଗିରି କରିବା କଥା ସେ ଖୋଲାଖୋଲି ସ୍ୱୀକାର କରିଥିଲେ । ଜେଲରେ ଦିଆଯାଇଥିବା ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ବିଷୟରେ ସେ ବର୍ଣ୍ଣନା କରିଥିଲେ । କିନ୍ତୁ ଦେଶ ସେବା କରି କୋ÷ଣସି ଅନୁତାପ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ତାଙ୍କ କାହାଣି ଅତୁଟ ନିଷ୍ଠାର ଉଦାହରଣ ।

ଲକି ବିଷ୍ଟ୍- ରହସ୍ୟମୟୀ ଅତୀତ

ଲକି ବିଷ୍ଟ ଜଣେ ପୂର୍ବତନ ଏନଏସଜି କମାଣ୍ଡୋ ଓ ‘ର’ ଅପରେଟିଭ୍ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିକୁ୍ୟରିଟି ଟିମ୍ର ସଦସ୍ୟ ଥିଲେ ତୀକ୍ଷ୍ମ କୋ÷ଶଳ ଓ ସାହସିକତା ପାଇଁ ସେ ବେଶ ପରିଚିତ । ଏକ ହତ୍ୟା ମାମଲାରେ ତାଙ୍କୁ ଅଭିଯୁକ୍ତ କରାଯାଇଥିଲା କିନ୍ତୁ ପରେ ତାଙ୍କୁ ମୁକ୍ତ କରାଯାଇଥିଲା ତାଙ୍କ ଜୀବନ କାହାଣୀ ରହସ୍ୟ ଘେରରେ ରହିଛି । ଅନେକଙ୍କ ବିଶ୍ୱାସ ଯେ ବିଦେଶରେ ଅନେକ ଅଣ୍ଡରକଭର୍ ମିଶନରେ ସେ ସାମିଲ ଥିଲେ ।

ନାରୀ ଆର୍ୟା- ଭାରତର ପ୍ରଥମ ମହିଳା ଗୁପ୍ତଚର

ନାରୀ ଆର୍ୟା ଜଣେ ସାହାସୀ ମହିଳା, ଯିଏକି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ନେତୃତ୍ୱାଧୀନ ଭାରତୀୟ ଜାତୀୟ ଆର୍ମି (ଆଇଏନଏ) ପାଇଁ ଗୁଇନ୍ଦାଗିରି କରିଥିଲେ । ସେ ବି୍ରଟିଶ ଶାସନ ବିରୋଧରେ କାମ କରିଥିଲେ ଏବଂ ସ୍ୱାଧୀନତା ଆନେ୍ଦଳେନରେ ସାହାର୍ଯ୍ୟ କରିଥିଲେ । ଧରାପଡିବା ପରେ ସେ ଜେଲ ଯାଇଥିଲେ ଏବଂ ଅସହ୍ୟ ନିର୍ଯାତନା ପାଇଥିଲେ । ତାଙ୍କ କାହାଣୀ ସର୍ବଦା ପରଦା ଆଢୁଆଳରେ ରହିଯାଏ । କିନ୍ତୁ ଦେଶ ପାଇଁ ଗୁଇନ୍ଦାଗିରି କରିଥିବା ଭାରତର ଅନ୍ୟତମ ପ୍ରଥମ ମହିଲା ଭାବେ ସେ ସର୍ବଦା ସ୍ମରଣୀୟ ।

ସେହମତ୍ ଖାନ୍-ଗୁପ୍ତ ତଥ୍ୟ ପାଇଁ ଶତ୍ରୁକୁ ବିବାହ କରିଥିଲେ

‘କଲଂ ସେହମତ୍’ ଉପନ୍ୟାସର ମୁଖ୍ୟ ଚରିତ୍ର ସେହମତ୍ ଖାନ୍ । ବଲିଉଡ୍ ଫିଲ୍ମ ‘ରାଜି’ ଏହାର ନାଟ୍ୟ ରୂପାନ୍ତର । ସେହମତ୍ ଜଣେ ଭାରତୀୟ ମହିଳା ଯିଏକି ୧୯୭୧ ମସିହା ଯୁଦ୍ଧ ସମୟରେ ଭାରତ ପାଇଁ ଗୁପ୍ତ ତଥ୍ୟ ହାସଲ କରିବାକୁ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ବିବାହ କରିଥିଲେ । ଯଦିସ ତାଙ୍କର ପ୍ରକୃତ ପରିଚୟ ଆଜି ବି ଗୁପ୍ତ ରହିଛି, ଶତ୍ରୁ ମାଟିରେ ଜଣେ ମହିଳା ଭାବେ ତାଙ୍କ କାହାଣୀ ଗୁଇନ୍ଦା ଗିରି ଆବେଗପୂର୍ଣ୍ଣ ଓ ଦେଶାତ୍ମବୋଧ ଦିଗକୁ ଦର୍ଶାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ