Masthead

ଟ୍ରାକ୍ଟର ଡାଲା ଉଭାନ୍

ହାଟଡ଼ିହି(ବଡ଼ ଖବର ବୁରୋ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରାଜସ୍ୱ ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରୁ ଟ୍ରାକ୍ଟର ବ୍ୟାଟେରି ଓ ଡ଼ାଲା ଚୋରି କରୁଥିବା ଏକ ରାକେଟକୁ ପୋଲିସ ଠାବ କରିଛି। ଇନ୍ସପେକ୍ଟର ବିଶ୍ୱଜିତ ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ୩ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ଟ୍ରାକ୍ଟର, ୫ ଟ୍ରାକ୍ଟର ଡ଼ାଲା ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି। ଏହି କାରବାରରେ ନନ୍ଦିପଦା ଥାନାର ବଡ ରମ୍ପାସରୁ ଜଗନ୍ନାଥ ଜେନା, ଦେଓଗାଁ ଗ୍ରାମର ଗୁରିଆ ମୁଖୀ, ଘଷିପୁରା ଗ୍ରାମର କର୍ମାରାମ ମହାନ୍ତ, କପୁଣ୍ଡି ଗ୍ରାମର ସୁରେଶ ଜେନା, ସନ୍ତୋଷ ଜେନା ଓ ଘନଶ୍ୟାମ ଜେନାଙ୍କୁ ପୁଲିସ ଗିରଫ କରିଛି । ଗତ ୨ମାସ ମଧ୍ୟରେ ସୋସ, ନନ୍ଦିପଦା, ରାମଚନ୍ଦ୍ରପୁର ଓ ଘଷିପୁରା ଥାନା ଅଞ୍ଚଳରୁ ଟ୍ରାକ୍ଟର ଡାଲା ଚୋରି ହୋଇଥିବା ଥାନାରେ ରିପୋର୍ଟ ହୋଇଥିଲା। ଏହି ରାକେଟରେ ସଂପୃକ୍ତି ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଚଢ଼ଉ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ