Masthead

ପିଡିଏସ୍ ବଣ୍ଟନ ପାଇଁ ତାଲିମ

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗ ବ୍ଲକରେ କିଛି ଦିନ ତଳେ ବିଭିନ୍ନ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟନରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ପିଡିଏସ୍ ବଣ୍ଟନରେ ସ୍ୱଚ୍ଛତା ଆଣିବାକୁ ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ରିଟେଲରମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତାଲିମ ପରେ ସମସ୍ତ ଡିଲରଙ୍କୁ ଆଇ ସ୍କାନ ମେସିନ ପ୍ରଦାନ କରାଯାଇଥିଲା। ବହୁ ସମୟରେ କୌଣସି କାରଣରୁ ହିତାଧିକାରୀ ପରିବାର ସଦସ୍ୟଙ୍କ ଆଙ୍ଗୁଠି ଛାପ ମେସିନ ନେଉ ନ ଥିଲା। ଏଭଳି ପ୍ରତିବନ୍ଧକ ଏଡ଼ାଇବାକୁ ଆଇ ସ୍କାନର ଡିଲରମାନଙ୍କୁ ସୁବିଧା ହେବ। ଏହି ମେସିନ ହିତାଧିକାରୀଙ୍କ ଆଖିର ରେଟିନାକୁ ସ୍କାନ କରି ତାଙ୍କର ପରିଚୟକୁ ଗ୍ରହଣ କରିବ। ଆଧାର ବୈଧତା ବିବେଚନା କରି ରାସନ କାର୍ଡଟି ହିତାଧିକାରୀଙ୍କ ପରିଚୟ ବୈଧତାକୁ ପ୍ରମାଣିତ କରିବ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅସ୍ତରଙ୍ଗ ବିଡିଓ ବେବିତା ମଞ୍ଜରୀ ନାୟକ ଓ ଅସ୍ତରଙ୍ଗ ବ୍ଲକ ଯୋଗାଣ ଅଧିକାରୀ ଦୀପ୍ତିରଞ୍ଜନ ସିଂ ଯୋଗଦେଇଥିଲେ। ବ୍ଲକ ଅନ୍ତର୍ଗତ ୧୫ ପଞ୍ଚାୟତର ୨୨ ଡିଲର ଓ ପଞ୍ଚାୟତ ଅଧୀନରେ ଥିବା ୭ ବଣ୍ଟନ କେନ୍ଦ୍ରର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି