Masthead

ଭୂମିକମ୍ପର ହୃଦୟ ବିଦାରକ ଦୃଶ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭୂମିକମ୍ପର ହୃଦୟ ବିଦାରକ ଦୃଶ୍ୟ । ହାରିଗଲେ ପରିବାର, ବଞ୍ଚିଗଲା ଜୀବନ । ତୁର୍କୀ ଓ ସିରିୟାରେ ୩୦ ନିୟୁତ ଲୋକ ପ୍ରଭାବିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୮ହଜାରରୁ ଅଧିକ ହୋଇଛି। ଧ୍ୱଂସସ୍ତୁପ ତଳୁ ମୃତାହତଙ୍କୁ ଠାବ କରିବା ପ୍ରକ୍ରିୟା ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇବ ନେଇ ଆଶଙ୍କା କରାଯାଉଛି । ସିରିୟାର ଉତ୍ତରପୂର୍ବ ଅଞ୍ଚଳରେ ଥିବା ଜେନ୍‌ଡେରେସ୍‌ରେ ଭୂକମ୍ପ ଅନୁଭୂତ ହେବା ସମୟରେ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମହିଳାଙ୍କୁ ଦେଶର ଡେର୍‌ ଏଜର ପ୍ରଦେଶରୁ ଉକ୍ତ ସ୍ଥାନକୁ ସନ୍ତାନ ପ୍ରସବ ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା।

ତେବେ ଭୂକମ୍ପରେ ଅନ୍ୟମାନଙ୍କ ଘର ସହିତ ଏହି ମହିଳାଙ୍କ ଘର ମଧ୍ୟ ଧ୍ୱଂସ ହୋଇଥିଲା । ଏହାରି ଭିତରେ ମହିଳା ପ୍ରସବ କରିଥିଲେ। ଧ୍ୱଂସସ୍ତୁପ ତଳେ ଜୀବିତ ଲୋକଙ୍କୁ ଖୋଜୁଥିବା ଉଦ୍ଧାରକାରୀମାନେ ଏହି ଶିଶୁର କାନ୍ଦ ଶୁଣି ସେହି ସ୍ଥାନକୁ ଖୋଳିଥିଲେ । ପରିବାରର ସମସ୍ତ ବ୍ୟକ୍ତି ଘର ତଳେ ଚାପିହୋଇ ପ୍ରାଣ ହରାଇଥିଲେ। କେବଳ ବଞ୍ଚିଥିଲା ନବଜାତ ଶିଶୁ। ଏଭଳିକି ଜନ୍ମ ଦେଇଥିବା ମାର ମଧ୍ୟ ମୃତୁ୍ୟ ହୋଇଥିଲା । ନବଜାତ ଶିଶୁକୁ ହସ୍ପିଲରେ ଭର୍ତ୍ତି କରାଯାଇଥିଲା । ଏଭଳି ଦୃଶ୍ୟ ଉଦ୍ଧାରକାରୀ ଦଳ ସଦସ୍ୟଙ୍କ ଆଖିରେ ଲୁହ ଭରିଦେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା