Masthead

ମନୋଜ ମିଶ୍ର ଓ ଟୁଟୁ ନାୟକଙ୍କୁ ଆହ୍ୱାନ, ଏକାଠି ବସି ସମସ୍ୟାର ସମାଧାନ କରିଦିଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘ବଡ଼ ଖବର’ର ବଡ଼ ଅପିଲ । ଓଲିଉଡ କଳିରେ ପଡୁ ପୂର୍ଣ୍ଣଚ୍ଛେଦ । ଖୁବଶୀଘ୍ର ବିବାଦର ହେଉ ସମାଧାନ । ସିନେଇଣ୍ଡଷ୍ଟ୍ରୀ ନହେଉ ଦୁଇ ଭାଗ । ସାରା ରାଜ୍ୟର ଆର୍ଟିଷ୍ଟକୁ ଅନୁରୋଧ କଲା ନୁ୍ୟଜ ଚ୍ୟାନେଲ ‘ବଡ଼ ଖବର’ । ଆଗକୁ ଆସନ୍ତୁ ଓଡ଼ିଆ ସିନେଜଗତର ଲିଜେଣ୍ଡ । ବିବାଦୀୟ ମନ୍ତବ୍ୟ କେହି ବି ନେ ଦେଇ ବିବାଦର ସମାଧାନ ପାଇଁ ନିଅନ୍ତୁ ଦାୟିତ୍ୱ । ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ପ୍ରଯୋଜକ ଟୁଟୁ ନାୟକ ବ୍ୟାନ କରିବା ପରେ ଦେଖାଦେଇଛି ବିବାଦ । ଯାହା ଫଳରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସିନେମା ହଲରେ ଓଡ଼ିଆ ଫିଲ୍ମର ପୋଷ୍ଟର ଚିରାଯାଇଛି । ଖାଲି ସେତିକି ନୁହେଁ ହଲରେ ଓଡ଼ିଆ ଫିଲ୍ମକୁ ନ ପକାଇଦେବାକୁ ଅନେକ ସଙ୍ଗଠନ ଦେଇଛନ୍ତି ଚେତାବନୀ ।

ଏପରିକି ପଶ୍ଚିମାଂଚଳ କୋଶଳ କ୍ରିୟାନୁଷ୍ଠାନ କମିଟି ନଭେମ୍ବର ୧୫ରେ ୧୦ରୁ ୧୧ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି । ୱେଷ୍ଟର୍ଣ୍ଣ ଓଡ଼ିଶାର ଜନସାଧାରଣ ଏହି ବନ୍ଦରେ ସାମିଲ ହେବାକୁ ଦିଆଯାଇଛି ଆହ୍ୱାନ । ମନୋଜ ମିଶ୍ରଙ୍କ ଉପରୁୁ ବ୍ୟାନ ନହଟିଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିବା ପରେ ଏହି ବିବାଦ ଆଉ ଟିକିଏ ଆଗକୁ ବଢିଛି । ଖାଲି ଯେ ପଶ୍ଚିମ ଓଡ଼ିଶାର କଂଗ୍ରେସ ନୁହେଁ ବିଜେପି ବିଧାୟକ ନାଉରୀ ନାୟକ ଓ ମୁକେଶ ମହାଲିଙ୍ଗ ମଧ୍ୟ ମନୋଜଙ୍କ ସମର୍ଥନରେ ବାହାରିବା ସହ ଏଥିପାଇଁ ସରକାର ଦାୟୀ ଓ ଏହାର ସମାଧାନ ସରକାର କରିବା ଆବଶ୍ୟକ ବୋଲି କହି ସାରିଛନ୍ତି । ଏହା ସହ ପଦ୍ମଶ୍ରୀ ହଳଧର ନାଗ ମଧ୍ୟ ମନୋଜଙ୍କ ସମର୍ଥନ ବାହାରିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ପଶ୍ଚିମରେ କୁହୁଳୁଥିବା ନିଆଁକୁ ଲିଭେଇବା ପାଇଁ କେହି ଉଦ୍ୟମ ହେଉ ନ ଥିବା ଅନୁଭବ ହେଉଛି । ସେଥିପାଇଁ ଏହାର ସମାଧାନ କିପରି ହୋଇପାରିବ । ବିବାଦରେ ପୂର୍ଣ୍ଣଚ୍ଛେଦ କିପରି ପଡ଼ିବ । ପୁଣି ଥରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀର ସମସ୍ତ କଳାକାର ଏକତ୍ରିତ ହୋଇ କାର୍ଯ୍ୟ କରିବେ । ବିବାଦ ଆଉ ଆଗକୁ କେମିତ ନ ବଢିବ । ସେନେଇ ପଦକ୍ଷେପ ନେଉଛି ବଡ଼ ଖବର । ସାରା ରାଜ୍ୟର ଜଣାଶୁଣା ଲିଜେଣ୍ଡ କଳାକାର, ନିର୍ଦ୍ଦେଶକ, ପ୍ରଡ୍ୟୁସର, ଟେକ୍ନିସିଆନଙ୍କୁ ଅନୁରୋଧ କରୁଛୁ ଯେ ଆପଣ ମାନେ ଆଗକୁ ଆସନ୍ତୁ । ସମାଧାନ ଲାଗି ଅପିଲ କରୁନ୍ତୁ । କାରଣ ଆପଣମାନେ ହେଉଛନ୍ତି ଲୋକଙ୍କ ରୋଲ୍ ମଡେଲ । ଆପଣମାନଙ୍କ କଥା ଲୋକ ଶୁଣିବେ । ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ଯଦି ଏହା ନହୁଏ ତାହେଲେ ଏହାର ସମାଧାନ ହେବ ନାହିଁ । ଆଉ ଯଦି ସମାଧାନ ନ ହୁଏ ତା ହେଲେ ପରିସ୍ଥିତ ଉଗ୍ରରୂପ ଧାରଣ କରିବ । ସମୟ ଥାଉ ଥାଉ ସବୁ ଠିକଠାକ୍ ହେବାର ଆବଶ୍ୟକତା ରହିଛି ।

ନହେଲେ ଆମେ ସମସ୍ତେ ପସ୍ତେଇବା ଏଥିରେ ଦ୍ୱିମତ ନାହିଁ । ଆପଣମାନେ ଓଲିଉଡରୁ ନାଁ କମେଇଲେ, ଏବେ ଓଲିଉଡ ବିବାଦ ବଢିଥିବା ବେଳେ ଘରେ ଚୁପଚାପ ବସିଗଲେ ହେବ ନାହିଁ । କେମିତି ସବୁ ପକ୍ଷ ଏକାଠି ହୋଇଯିବେ ସେ ଦିଗରେ ପଦକ୍ଷେପ ନିଅନ୍ତୁ । ‘ବଡ଼ ଖବର’ ସାରା ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ଯେ ସମସ୍ତେ ଏକତ୍ରିତ ହେବାର ଆବଶ୍ୟକତା ରହିଛି । ଘୃଣା ନୁହେଁ ପ୍ରେମ ବାଂଟନ୍ତୁ । ଯିଏ ବି ଭୁଲ୍ କରିଛନ୍ତି ସେମାନେ ଅନୁତାପ କରନ୍ତୁ । ଦୟାକରି କେହି କାହାକୁ ଖରାପ କରି କୁହନ୍ତୁ ନାହିଁ । ପୁରୁଣା କଥା ଭୁଲି ଓଡ଼ିଶା କେମିତି ଆଗକୁ ବଢିବ ସେ ଦିଗରେ ଚର୍ଚ୍ଚା କରନ୍ତୁ । ଏକାଠି ବସି କଥା ହୋଇଗଲେ ସବୁ ବିବାଦର ଅନ୍ତ ହୋଇଯିବ । ସମସ୍ତ ରାଜ୍ୟବାସୀଙ୍କ ସେୟା ଇଚ୍ଛା । ଦରକାର ହେଲରେ ବଡ଼ ଖବର ଏହି ଦାୟିତ୍ୱ ନେବ । ଆମ ନମ୍ବର ୯୮୫୩୨୬୦୨୬୦ । ଯିଏ ବି ଚାହାନ୍ତି ଶାନ୍ତି ଫେରିଆସୁ ସେମାନେ ଆମ ଅଭିଯାନରେ ସାମିଲ ହୋଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ