Masthead

ଏକା ସାଙ୍ଗେ ମାଡ଼ ହେବ ଦୁଇଟା ତୋଫାନ, ପାଣିପାଗ ଇତିହାସରେ ବିରଳ

କାନବେରା (ବଡ଼ ଖବର) ସତର୍କ ହୋଇ ଯାଆନ୍ତୁ । ମାଡ଼ି ଆସୁଛି ତୋଫାନ । ଦୁଇଟି ସାମୁଦ୍ରିକ ଝଡ ମୁହାଁ ମୁହିଁ ହେବାକୁ ଯାଉଛି । ଯାହା ପାଣିପାଗ ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି । ଏହା ଶୁଣିବା ପାଇଁ ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଯାହାକୁ ନେଇ ପ୍ରବଳ ତୋଫାନ ହୋଇପାରେ ବୋଲି ଅନୁମାନ କରାଯାଉଛି । ପଶ୍ଚିମ ଅଷ୍ଟ୍ରେଲିଆର ରହୁଥିବା ଲୋକମାନଙ୍କୁ ସତର୍କ କରିଛି ସେଠିକାର ପାଣିପାଗ ବିଭାଗ ।

ମାଡି ଆସୁଥିବା ଏହି ଦୁଇଟି ତୋଫାନ ମଧ୍ୟରେ ଗୋଟିଏ ‘ସରୋଜା’ ଓ ଅନ୍ୟଟି ‘ଓଡେଟା’ ନାମ ରଖାଯାଇଛି । ବୈଜ୍ଞାନିକମାନଙ୍କ ମତରେ ଏଭଳି ଭାବେ ଦୁଇଟି ତୋଫାନ ମୁହାଁମୁହିଁ ହେବା ବିରଳ ଘଟଣା । ସୂଚନା ମୁତାବକ ତୋଫାନ ‘ସରୋଜା’ ଲଘୁଚାପର ରୂପ ନେଇସାରିଛି ଯାହା ରବିବାର ସୁଧା ଅଷ୍ଟ୍ରେଲିଆ ଉପକୂଳରେ ମାଡହେବ । ଏହା ୯୩ ମାଇଲ ବେଗରେ ଉପକୂଳମୁହାଁ ହେଉଥିବା ବେଳେ ‘ସରୋଜା’ ୯୬୦ ମାଇଲ ଦୀର୍ଘ ଉପକୂଳରେ ତାଣ୍ଡବ ରଚିବ ।

ସେଠିକାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ସହ ପବନର ଭୟାବହତା ଉପରେ ସୂଚିତ କରାଯାଇଛି । ଅନ୍ୟପଟେ ‘ଓଡେଟା’ ଶନିବାର ବିଳମ୍ବିତ ରାତି ସୁଧା ଉପକୂଳରେ ପହଂଚିବ । ଫଳରେ ବିସ୍ତିର୍ଣ୍ଣ ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି କରିବା ସହ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ଆକଳନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ