Masthead

ଦୁଇ ନାବାଳକ ନିଖୋଜ

ପାଟକୁରା(ବଡ଼ ଖବର ବ୍ୟୁରୋ): ପାଟକୁରାରେ ଚଞ୍ଚଲ୍ୟ । ଗୋଟିଏ ଦିନରେ ଏକସଙ୍ଗରେ ଦୁଇ ନାବାଳକ ସ୍କୁଲ ଯିବା ବାଟରୁ ନିଖୋଜ । କୁଦାନଗରୀ ଥାନା ଅନ୍ତର୍ଗତ ଭାରିଗୋଳ ଗ୍ରାମର ତେର ବର୍ଷୀୟ ଶୁଭଙ୍କାର ମଲ୍ଲିକ ଓ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦକ୍ଷିଣ ଖଣ୍ଡ ଭୋଳ ଗ୍ରାମର ତେର ବର୍ଷୀୟ ସୋନୁ ମଲ୍ଲିକ । ଗତ ଶୁକ୍ରବାର ସ୍କୁଲ ଯିବାକୁ କହି ନିଜ ନିଜ ଘରୁ ବାହାରି ଥିଲେ । କିନ୍ତୁ ସେମାନେ ପଢ଼ୁଥିବା ହରିଅଁଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଂଚି ନଥିଲେ ।

ବିଳମ୍ବ ହେବାରୁ ଦୁହେଁ ପହଂଚି ନଥିବା ବେଳେ ଘର ଲୋକ ଦୁହିଁଙ୍କୁ ଖୋଜାଖୋଜି କରି ନପାଇବାରୁ ଥାନାର ଦ୍ୱାରସ୍ତ ହୋଇଥିଲେ । ସୋନୁଙ୍କ ବାପା ବାଇନ ମଲ୍ଲିକ କେନ୍ଦ୍ରାପଡ଼ା ସଦର ଥାନାରେ ଓ ଶୁଭଙ୍କରର ପରିବାର ଲୋକେ କୁଦାନଗରୀ ଥାନାରେ ଦୁଇଟି ଅଭିଯୋଗ ଦେଇଛନ୍ତି. । କୁଦାନଗରୀ ଥାନାରେ ୩୨୩/୨୩ ଓ କେନ୍ଦ୍ରାପଡ଼ା ସଦର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି । ୩ ଦିନ ବିତି ଯାଇଥିଲେବି ଏପର୍ଯ୍ୟନ୍ତ ନିଖୋଜ ଦୁଇ ନାବାଳକଙ୍କ ପତ୍ତା ମିଳିନି । ଶୁଭଙ୍କର ଓ ସୋନୁ ନିଖୋଜ ହେବା ପରେ ତାଙ୍କ ପରିବାର ବର୍ଗଙ୍କ ଆଖିରୁ ଲୁହ ଶୁଖୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ