https://youtu.be/H3g4dHbFWic
କନ୍ଧମାଳ (ବଡ଼ ଖବର ବ୍ୟୁରୋ): ଆଇଡି ବିସ୍ଫୋରଣରେ ଦୁଇ ଏସଓଜି ଯବାନ ଗୁରୁତର। କିଛି ଦିନର ନିରବତା ପରେ ପୋଲିସ- ମାଓବାଦୀ ମୁହାଁମୁହିଁ । କନ୍ଧମାଳ ଜିଲ୍ଳା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଆଇଡି ବିସ୍ଫୋରଣ। ଆଜି ସକାଳୁ ସକାଳୁ ମାଓ ବିରୋଧୀ ଅପରେସନ୍ ଚାଲିଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ୨ ଏସଓଜି ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓବାଦୀମାନେ ଜଙ୍ଗଲରେ ଆଇଡି ଖଞ୍ଜିଥିବା ସନ୍ଦେହ କରାଯାଉଛି। ତେବେ ଏହି ବିସ୍ଫୋରଣ ପରେ କମ୍ବିଂ ଜୋରଦାର ଜାରି ରହିଛି।