Masthead

ଚାକିରି ପାଇବେ ୪୦ ହଜାର ଶିକ୍ଷକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଯୁକ୍ତ ୨ ପରୀକ୍ଷାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ପରୀକ୍ଷାରେ ସହଯୋଗ କରିବା ଲାଗି ସହମତି ଦେଇଥିବାରୁ ଅଧ୍ୟାପକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଆଜିଠାରୁ ପରୀକ୍ଷା ଆରମ୍ଭ ହୋଇଛି । ଏବଂ ସୁରୁଖୁରୁରେ ଚାଲିଛି । ସେପଟେ ସୋସିଆଲ ମିଡିଆରେ ଯୁକ୍ତ ୨ ପ୍ରଶ୍ନପତ୍ର ଭାଇରଲ ପ୍ରସଙ୍ଗରେ କହିଛନ୍ତି କି ଏ ସମ୍ପର୍କର ସାଇବର ଥାନାରେ ଏତଲା ଦିଆଯାଇଛି ।

କିଛି ଲୋକ ଦଲାଲି କରିବା ପାଇଁ ଫଲସ ପ୍ରଶ୍ନପତ୍ରକୁ ସୋସିଆଲ ମିଡ଼ିଆରେ ଭାଇରଲ କରୁଛନ୍ତି । ଏଥିରେ ପିଲାମାନେ ପ୍ରଭାବିତ ହୁଅନ୍ତୁ ନାହିଁ । ଏଥିରେ କୌଣସି ସତ୍ୟତା ନାହିଁ ।ଏନେଇ ସାଇବର ଥାନାରେ ଏତଲା ଦିଆଯାଇଛି । ପ୍ରାଥମିକ ଏବଂ ହାଇସ୍କୁଲ ମିଶାଇ ପାଖାପାଖି ୪୦ ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଦିଆଯାଇଛି । ସିବିଟି ମାଧ୍ୟମରେ ଚୟନ କରାଯିବ ।ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିୟୋଜିତ କରାଯିବ। ଏହା ମାଧ୍ୟମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ତାଲିମ୍‌ପ୍ରାପ୍ତ ଯୁବକ/ଯୁବତୀ ନିୟୋଜିତ ହେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ