Masthead

ଏକଜିଟ୍ ପୋଲରେ ଋଷି ସୁନକ୍‌ଙ୍କୁ ଝଟକା, ବଦଳିବ କି ଋଷି ସୁନକଙ୍କ ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବ୍ରିଟେନରେ ଜୁଲାଇ ୪ ରେ କୋଟି କୋଟି ଭୋଟର ଏକ ନୂତନ ସରକାର ବାଛିବା ପାଇଁ ଭୋଟ୍ ଦେଇଥିଲେ। ଆଜି ନିର୍ବାଚନ ଫଳାଫଳ ଆସୁଛି । ବ୍ରିଟେନରେ ନୂତନ ସରକାର ପାଇଁ ଭୋଟ୍ ଗଣନା କରାଯାଉଛି। ଏଥି ସହିତ, ଏଥର ବ୍ରିଟେନରେ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ, କାରଣ ମତଦାନରୁ ଜଣାପଡିଛି ଯେ କିର ଷ୍ଟାରମର ଲେବର ପାର୍ଟି କ୍ଷମତାକୁ ଆସିବ ଏବଂ ଋଷି ସୁନକ୍‌ଙ୍କ କଞ୍ଜରଭେଟିଭ୍‌ ପାର୍ଟିକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ। ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ଲେବର ପାର୍ଟି ଐତିହାସିକ ବିଜୟ ଦିଗରେ ଅଗ୍ରସର ହେବା ସହ କ୍ଷମତାକୁ ଫେରୁଛି। ଲେବର ପାର୍ଟି ନେତା କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ତେବେ ବ୍ରିଟେନ୍‌ର ଶାସକ କଞ୍ଜରଭେଟିଭ୍‌ ପାର୍ଟିରେ ଅନ୍ତର୍କଳହ ଯୋଗୁ ଦେଶ ଗତ ୮ ବର୍ଷରେ ୫ ପ୍ରଧାନମନ୍ତ୍ରୀ ଦେଖିଲାଣି। ୨୦୨୨ ଅକ୍ଟୋବର ଦୀପାବଳି ଦିନ ଋଷି ସୁନକ୍‌ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ଏଥିସହ ଦେଶର ୨୧୦ ବର୍ଷ ଇତିହାସରେ ସର୍ବକନିଷ୍ଠ ଏବଂ ପ୍ରଥମ ଅଣଶ୍ୱେତାଙ୍ଗ ପ୍ରଧାନମନ୍ତ୍ରୀ ରୂପେ ସେ ୧୦ ଡାଉନିଂ ଷ୍ଟ୍ରିଟ୍‌କୁ ପ୍ରବେଶ କରିଥିଲେ। କିନ୍ତୁ ପ୍ରାୟ ୨ ମାସ ତଳେ ସୁନକ୍‌ଙ୍କ କ୍ୟାବିନେଟ୍‌ରୁ ଜଣେ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବା ପରେ ସେ ପାର୍ଲାମେଣ୍ଟକୁ ଭଙ୍ଗକରି ଆଗୁଆ ସାଧାରଣ ନିର୍ବାଚନ ପାଇଁ ଘୋଷଣା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’