Masthead

ଅସୁରକ୍ଷିତ ରାଜଧାନୀ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଲୁଟେରାଙ୍କ କବ୍ଚାରେ ରାଜଧାନୀ । ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି ଅପରାଧ । କେବେ ଲୁଟ୍ ତ କେବେ ଡକାୟତି । କରୋନା କାଳରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଆଖି ପିଛୁଳାକେ ହେଉଛି ଲୁଟ୍ । ଯାହାର ଟେର୍ ମଧ୍ୟ ପାଉନି ପୋଲିସ । ନିଶା ପାଇଁ ଟଙ୍କା ପଇସା ଅଭାବରୁ ଘଟୁଛି ଅପରାଧ । କିଛିଦିନ ତଳେ ଜଣେ ନାବାଳକ ଠାରୁ ଟଙ୍କା ଛଡାଇ ବିଫଳ ହେବାରୁ ତାଙ୍କୁ ହତ୍ୟା କରିଥିଲେ ନିଶାଡି । ଫିଲ୍ମି ଷ୍ଟାଇଲରେ ଲୁଟ କରୁଛନ୍ତି ଲୁଟେରା, ଆଖିଫିଛୁଳାକେ ଝାମ୍ପି ନେଉଛନ୍ତି ସବୁକିଛି । କେତେବେଳେ ବ୍ୟାଙ୍କ ତ କେତେବେଳେ ଏଟିଏମରୁ ହେଉଛି ଲୁଟ୍ । ଅତି ଚତୁରତାର ସହ ଏଟିଏମ ଲୁଟୁଛନ୍ତି ଲୁଟେରା ।
ଶୈଳôଶ୍ରୀବିହାରରୁ ଜଣେ ଇଂଜିନିୟରଙ୍କୁ ଖଣ୍ଡା ଦେଖାଇ ଲୁଟ ହୋଇଛି । ଇଂଜିନିୟର ଜଣକ ସବୁଦିନ ଭଳି ସେଦିନ ବି ସକାଳୁ ଫୁଲ ତୋଳିବା ପାଇଁ ସିବିଏସସି ଅଫିସ ପାଖକୁ ଆସିଥିବା ବେଳେ ଦୁଇ ଯୁବକ ବାଇକରେ ଆସି ଖଣ୍ଡା ଦେଖାଇ ଲୁଟପାଟ କରିଛନ୍ତି ।
ତେବେ ଦିନକୁ ଦିନ ରାଜଧାନୀରେ ଲୁଟ ଘଟଣା ବଢିଚାଲିଥିବା ବେଳେ ନିଜକୁ ଅସୁରକ୍ଷିତ ଭାବୁଛନ୍ତି ରାଜଧାନିବାସୀ । ଅନ୍ୟପଟେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ । ପୋଲିସ କେବଳ ମାସ୍କ ହେଲମେଟ୍ ଚେକିଂରେ ସିମିତ ଥିବା କଥା କହିଛନ୍ତି ରାଜଧାନୀବାସୀ । ତେବେ କେବେ ଭାଙ୍ଗୁଛି ପୋଲିସର ନିଦ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ