Masthead

‘ଗାନ୍ଧୀଜୀ ଭଲ ସ୍ୱାମୀ ନଥିଲେ’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଏକ ଟ୍ୱିଟ୍ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ସେହି ଟ୍ୱିଟ ସୋସିଆଲ ମିଡିଆରେ ନୂଆ ବିବାଦ ସୃଷ୍ଟି କରିଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାବଦରେ ଏକ ବିବାଦୀୟ ଟ୍ୱିଟର କରିଛନ୍ତି। କଙ୍ଗନାଙ୍କ ଟ୍ୱିଟ ଅନୁଯାୟୀ, ବିଦ୍ୟାଳୟରେ ପିଲାମାନଙ୍କୁ ଯେଉଁ ମହାତ୍ମା ଗାନ୍ଧୀଙ୍କୁ ଆଦର୍ଶକୁ ଅନୁସରଣ କରିବାକୁ ଶିକ୍ଷା ଦିଆଯାଏ, ସେହି ମହାତ୍ମା ଗାନ୍ଧୀ ଜଣେ ଭଲ ବାପା ଏବଂ ସ୍ୱାମୀ ନଥିଲେ। କଙ୍ଗନା କହିଛନ୍ତି ଯେ, ‘ସେ ଜଣେ ମହାନ ନେତା ଥିଲେ ଯିଏ ଜଣେ ମହାନ ସ୍ୱାମୀ ନଥିଲେ, କିନ୍ତୁ ଜଣେ ପୁରୁଷଙ୍କ କଥା ଆସିଲେ ସାରା ବିଶ୍ୱ ତାଙ୍କୁ କ୍ଷମା କରିଦେଇଥାଏ’ ।

ଆଉ ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିବା ପରେ କଙ୍ଗନା ରାନାୱତଙ୍କୁ ମଧ୍ୟ ତାଙ୍କ ଟ୍ୱିଟ ପାଇଁ ସମାଲୋଚନା କରାଯାଇଛି। ଟ୍ରୋଲରସ କଙ୍ଗନାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି ଜ୍ଝ ଅନେକ ସମୟରେ ବିବାଦୀୟ ଟ୍ୱିଟ କରି ଚର୍ଚ୍ଚାରେ ଥିବା କଙ୍ଗନା ରାନାୱତ ତାଙ୍କ ଟୁଇଟରେ ଲେଖିଛନ୍ତି, ଯେ ‘ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପିଲାମାନେ ଖରାପ ପିତାମାତା ବୋଲି ଅଭିହିତ କରିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଉଲ୍ଲେଖ କରିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ଶୌଚାଳୟ ସଫା କରିବାକୁ ମନା କରିଥିବାରୁ ଘରୁ ବାହାର କରିଦେଇଥିଲେ । ସେ ଜଣେ ମହାନ ନେତା ଥିଲେ ଯିଏ ଜଣେ ମହାନ ସ୍ୱାମୀ ହୋଇପାରିବେ ନାହିଁ, କିନ୍ତୁ ଜଣେ ପୁରୁଷଙ୍କ କଥା ଆସିଲେ ସାରା ବିଶ୍ୱ ତାଙ୍କୁ କ୍ଷମା କରିଦେଇଥାଏ’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ