Masthead

ଚାରି ସନ୍ଦିଗ୍ଧ ଗିରଫ, ଦେଶଦ୍ରୋହ ମାମଲା ରୁଜୁ କଲା ପୋଲିସ

ମଥୁରା(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ମଣ୍ଟ ଟୋଲପ୍ଲାଜାରେ ଧରାପଡିଛନ୍ତି ଚାରି ସନ୍ଦିଗ୍ଧ । ଖବର ସଂଗ୍ରହ ବାହାନାରେ ସେମାନେ ଏକ କାରରେ ହାଥରସ ଯାଉଥିଲେ । ସେଠାର ଦଙ୍ଗା ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ସେମାନେ ପିଏଫଆଇ(ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ) ଓ ସିଏଫ୍ଆଇ(କ୍ୟାମ୍ପସ ପ୍ରଣ୍ଟ ଅଫ୍ ଇଣ୍ଡିଆ) ସଂଗଠନ ସହିତ ଜଡିତ । ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପରେ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଅଛନ୍ତି । ପୁଲିସ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ।
ହାଥରସରେ ଧାର୍ମିକ ଉତ୍ତେଜନା ଓ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଏହି ସନ୍ଦିଗ୍ଧମାନେ ବିଦେଶୀ ପୁଞ୍ଜି ସଂଗ୍ରହ କରିଥିବା ମଥୁରା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।
ସବଇନ୍ସପେକ୍ଟର ପ୍ରବଳ ପ୍ରତାପ ସିଂ ବୁଧବାର ମାମଲା ଦାୟର କରିଛନ୍ତି। ଏହି ମାମଲାର ତଦନ୍ତ ଦାୟିତ୍ୱ ପୁଲିସ ଅଫିସର ଭୀମ ସିଂ ଜାଭଲାଙ୍କୁ ଦିଆଯାଇଛି। ବୁଧବାର ଏହି ସନ୍ଦିଗ୍ଧମାନଙ୍କୁ ସିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ପୋଲିସ କହିଛି ଯେ ଏହି ସନ୍ଦିଗ୍ଧମାନେ ହାଥରସ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ । ଅଭିଯୁକ୍ତ ସାମ୍ବାଦିକ ହେଉଛନ୍ତି କାର୍ଡେ-କୋ ନାମକ ଏକ ୱେବସାଇଟର ଅପରେଟର । ଏହି ୱେବସାଇଟ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି । ପୋଲିସ କହିଛି ଏହି ୱେବସାଇଟ୍ ସ୍ୱଚ୍ଛ ନୁହେଁ । ଦେଶରେ ଦଙ୍ଗା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।

ଗିରଫ ବ୍ୟକ୍ତିମାନେ ହେଲେ ମୁଜାଫରନଗର ରତନପୁରୀର ରାଉନାକ ଅଲି, କେରଳ ମଲାପୁରାମର ମହମ୍ମଦ ଚାରୁର, ମାସୁଦ ଅହମ୍ମଦ ଓ ଲାଇକ ପହଲୱାନ । ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ କିଛି ପୁସ୍ତିକା ଜବତ ହୋଇଛି । ଜେରା ବେଳେ ସେମାନେ ପିଏଫଆଇ ଏବଂ ଏହାର ସହଯୋଗୀ ସଂଗଠନ କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ ସହ ଜଡିତ ଥିବା ସ୍ୱୀକାର କରିଛନ୍ତି । ପୋଲିସ ପୂରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା