Masthead

ଦୋକାନ ଆଗରେ ଲାଗିବ ଟିକା ସାର୍ଟିଫିକେଟ୍

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ମଙ୍ଗଳବାରଠାରୁ କ୍ୟାମ୍ପେନ ମୋଡରେ ଆରମ୍ଭ ହୋଇଛି ଟିକାକରଣ । ପୂର୍ବରୁ ଦୈନିକ ଦେଢଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଥିବା ବେଳେ ମଙ୍ଗଳବାରଠାରୁ ଏହାକୁ ଦ୍ୱିଗୁଣ କରାଯାଇଛି । ଏହାକୁ ଆହୁରି ଅଧିକ ବଢାଇବାକୁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଏଣିକି ଜିଲ୍ଲାର ସମସ୍ତ ଦୋକାନୀ ନିଜ ଦୋକାନ ସମ୍ମୁଖରେ ଲଗାଇବେ କରୋନା ଟିକା ସାର୍ଟିଫିକେଟ୍ । ଦୋକାନୀମାନେ ସିଙ୍ଗଲ ଡୋଜ୍ କିମ୍ବା ଡବଲ ଡୋଜର ସାର୍ଟିଫିକେଟ ଦୋକାନ ସାମ୍ନାରେ ଲଗାଇବାକୁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ପଞ୍ଚସୂତ୍ରୀ ନିୟମ ସହ ଏହାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଯାଞ୍ଚ କରିବେ ବୋଲି କୁହାଯାଇଛି । ଏହାଦ୍ୱାରା ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହେବ ଏବଂ ସଂକ୍ରମଣ କମିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ