Masthead

ଦିଲ୍ଲୀରେ ୧୮ରୁ ୪୪ବର୍ଷ ବୟସବର୍ଗଙ୍କ ଟିକାକରଣ ବନ୍ଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ଟିକା ସଙ୍କଟ । ଗଚ୍ଛିତ ଥିବା ଟିକା ଶେଷ ହୋଇ ସାରିଛି । ଫଳରେ ଶନିବାର ଠାରୁ ଦିଲ୍ଲୀରେ ୧୮ରୁ ୪୪ ବର୍ଷ ବୟସବର୍ଗଙ୍କ ଟିକାକରଣ ବନ୍ଦ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଅପରାହ୍ନରେ ଘୋଷଣା କରିଛନ୍ତି । ସହରରେ ମୋଟ ୩୬୮ ଟିକାଦାନ କେନ୍ଦ୍ର ଭିତରୁ ୨୩୫ଟି କେନ୍ଦ୍ରକୁ ଟିକା ଅଭାବରୁ ବନ୍ଦ କରି ଦିଆଯାଇଛି । ବାକି ଥିବା ୧୩୩ କେନ୍ଦ୍ରକୁ ଆଜି ବନ୍ଦ କରାଯିବ । ଦିଲ୍ଲୀରେ ସମସ୍ତ ନାଗରିକଙ୍କ ଟିକାକରଣ ପାଇଁ ଆହୁରି ୮୦ ଲକ୍ଷ ଟିକାର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟରେ ଟିକା ନାହିଁ ।

ତେବେ ୨୪ଘଣ୍ଟା ମଧ୍ୟରେ ବିଦେଶୀ କମ୍ପାନୀଙ୍କଠାରୁ ଟିକା ଆଣି ସରକାର ରାଜ୍ୟମାନଙ୍କୁ ଯୋଗାନ୍ତୁ ବୋଲି ଦାବି କରିଛନ୍ତି କେଜ୍ରିୱାଲ । ସେହିପରି ଅନେକ ରାଷ୍ଟ୍ର ଆବଶ୍ୟକତା ଠାରୁ ଅଧିକ ଟିକାକୁ ଗଚ୍ଛିତ ରଖିଛନ୍ତି । ସରକାର ସେମାନଙ୍କୁ ଅନୁରୋଧ କଲେ ସେମାନେ ବଳକା ଟିକା ଗୁଡ଼ିକୁ ଭାରତକୁ ଦେବେ ବୋଲି ସେ ଆଶାବାଦୀ ଅଛନ୍ତି । ତେବେ ବାହାର କମ୍ପାନୀ ଗୁଡ଼ିକୁ ଭାରତରେ ଟିକା ଉତ୍ପାଦନ ପାଇଁ ସରକାର ଅନୁମତି ଦିଅନ୍ତୁ ବୋଲି ମଧ୍ୟ କେଜ୍ରିୱାଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ