Masthead

ସେପ୍ଟେମ୍ବରରେ ୨ ବର୍ଷରୁ ଅଧିକଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସେପ୍ଟେମ୍ବର ସୁଦ୍ଧା ୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ନିମନ୍ତେ ‘କୋଭାକ୍ସିନ୍’ ଟିକା ମିଳିଯିବ ଏନେଇ ମଙ୍ଗଳବାର ଦିନ ଦିଲ୍ଲୀ ‘ଏମସ୍’ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଗଣମାଧ୍ୟମକୁ କହିଛନ୍ତି। ଫୁସଫୁସ୍‌ ଏବଂ ଶ୍ବାସପ୍ରଶ୍ବାସ ରୋଗ ସମ୍ବନ୍ଧୀୟ ପ୍ରବୀଣ ବିଶେଷଜ୍ଞ ତଥା ଭାରତ ସରକାରଙ୍କ କୋଭିଡ-୧୯ ଟାସ୍କ୍ ଫୋର୍ସର ବିଶିଷ୍ଟ ସଦସ୍ୟ ଡାକ୍ତର ଗୁଲେରିଆ ଗଣମାଧ୍ୟମକୁ କହିଛନ୍ତି, ୨ ଓ ୩ ୟ ପର୍ଯ୍ୟାୟ ପରୀକ୍ଷା ପରେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ‘କୋଭାକ୍ସିନ୍’ର ତଥ୍ୟାବଳୀ ମିଳିଯିବ ଏବଂ ସେହି ମାସରେ ହିଁ ଟିକା ପ୍ରୟୋଗ ପାଇଁ ଅନୁମୋଦନ ଦିଆଯିବ ବୋଲି ଆଶା କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଭାରତରେ ଯଦି ‘ଫାଇଜର୍-ବାୟୋଏନ୍ଟେକ୍’ ଟିକାକୁ ଅନୁମୋଦନ ମିଳିଯାଏ, ତାହା ପିଲାମାନଙ୍କ ପାଇଁ ବିକଳ୍ପ ହୋଇପାରିବ। ଟିକା ପରୀକ୍ଷା ନିମନ୍ତେ ଦିଲ୍ଲୀ ‘ଏମସ୍ ’ ପିଲାମାନଙ୍କୁ ଚୟନ କରି ସାରିଛି। ଜୁନ ୭ ରୁ ଆରମ୍ଭ ହୋଇଥିବା ଏହି ଚୟନ ପ୍ରକ୍ରିୟାରେ ୨ ରୁ ୧୭ ବର୍ଷ ବୟସ୍କ ପିଲାଏ ଅନ୍ତର୍ଭୁକ୍ତ ଅଛନ୍ତି। ସର୍ବନିମ୍ନ ଦୁଇ ବର୍ଷ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ‘କୋଭାକ୍ସିନ୍’ ପରୀକ୍ଷା ନିମନ୍ତେ ‘ଡିସିଜିଆଇ’ ମେ ୧୨ ତାରିଖ ଦିନ ‘ଭାରତ ବାୟୋଟେକ’କୁ ଅନୁମତି ଦେଇଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା