Masthead

ଭିଜିଲାନ୍ସ ବିଭାଗର ଚଢ଼ାଉ, ଲକ୍ଷ ଲକ୍ଷ ଟଙ୍କାର ସରଞ୍ଜାମ ଜବତ

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ଆଜି ଭୁବନେଶ୍ୱର ଭିଜିଲାନ୍ସର ଅଚାନକ ବେଆଇନ କରତ କଳ ଉପରେ ଚଢ଼ାଉ କରିଥିଲେ । ଅସ୍ତରଙ୍ଗ ରେଞ୍ଜର ଅଧୀନରେ ଥିବା ନୟାହାଟ ଓ କଟକ ଜିଲ୍ଲା ବିନିସପୁରରେ ଭିଜିଲାନ୍ସ ଅଧିକାରୀ ବିଷ୍ଣୁ ଚରଣ ବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ପୁରୀ ଏ.ସି.ଏଫ ଅମରେଶ ପ୍ରଧାନ, ଅସ୍ତରଙ୍ଗ ରେଞ୍ଜର ହିମାନ ନାୟକ ସମେତ ତିନି ପ୍ଲାଟୁନୁ ପୋଲିସ ଫୋର୍ସ, ୩୫ଜଣ ଭିଜିଲାନ୍ସ ଷ୍ଟାଫ ଓ୨୫ଜଣ ଫରେଷ୍ଟ ଷ୍ଟାଫ ସାମିଲ ଥିଲେ । ଏହି ଟିମ ଦ୍ୱାରା ଦୁଇଟି ବେଆଇନି କରତ କଳରୁ ସମସ୍ତ ଯନ୍ତ୍ରାଶ, ବ୍ୟବହୃତ ମଟର, ପ୍ଲେଟ ଓ ଗ୍ୟାସ କଟର କାଢ଼ି ନେଇଥିଲେ । ନୟାହାଟ କରତ କଳରୁ ଦୁଇଟି ଟ୍ରାକ୍ଟର ସହ ଉଭୟ କରତ କଳରୁ ୪୦%୨୦ମିଟର କାଠ ସିଜ୍ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୬ଲକ୍ଷ ୨୦ହଜାର ଅଧିକ ହେବ ବୋଲି ଭିଜିଲାନ୍ସ ବିଭାଗ ଅତିରିକ୍ତ କଞ୍ଜର ଭେଟର ସୂଚନା ଦେଇଛନ୍ତି । ଏହି ସବୁ ଲକ୍ଷ ଲକ୍ଷ ଟଙ୍କାର କାଠ ଅସ୍ତରଙ୍ଗ ରେଞ୍ଜରକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ କେତେକ ଯନ୍ତ୍ରାଶ ଫୁଲନଖରା ରେଞ୍ଜର କାର୍ୟ୍ୟଳୟକୁ ସ୍ଥାନାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା