Masthead

ମିଆଁମାରରେ ପୁଣି ହିଂସାକାଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ରବ୍ୟୁରୋ):     ମିଆଁମାରରେ ସେନା ଓ ନାଗରିକଙ୍କ ମଧ୍ୟରେ ଆରମ୍ଭ ହୋଇଛି ସଂଘର୍ଷ । ବଢିଚାଲିଛି ହିଂସା । ଶାସନ ପରିବର୍ତ୍ତେ ସେଠାରେ ଅଶାନ୍ତି ଲାଗିରହିଛି । ୧୦୦ ରୁ ଅଧିକ ନାଗରିକ ଭାରତ ସାମା ଡେଇଁ ମିଜୋରାମରେ ପ୍ରବେଶ କରିଥିବା ନେଇ ମିଜୋରାମ ସରକାର ସୂଚନା ଦେଇଛନ୍ତି । ତେବେ ମିଜୋରାମର ଗୃହ ମନ୍ତ୍ରୀ ଲାଲ ଚମଲିୟାନ କହିଛନ୍ତି, ଗତ କିଛିଦିନ ଭିତରେ ଶତାଧିକ ମିଆଁମାର ନାଗରିକ ମିଜୋରାମରେ ପ୍ରବେଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ମୁଁ ପ୍ରକୃତ ସଂଖ୍ୟା ଜାଣିନାହିଁ କାରଣ ମୁଁ କ୍ୱାରେଣ୍ଟାଇନରେ ଅଛି ।

ସୂଚନା ଅନୁସାରେ ମିଆଁମାର ଅଞ୍ଚଳରେ ସେନା ଓ ନାଗରିକଙ୍କ ମଧ୍ୟରେ ବଡଧରଣର ସଂଘର୍ଷ ଚାଲିଛି । ତେବେ ସେଥିପାଇଁ ମିଆଁମାରର ହଜାର ହଜାର ନାଗରିକ ମିଜୋରାମରେ ପ୍ରବେଶ କରିଛନ୍ତି ।

ଏପଟେ ମିଜୋରାମର ମୁଖ୍ୟ ଶାସନ ସଚିବ ଲାଲନନମାୱିଆ ଶୁଆଙ୍ଗୋ କହିଛନ୍ତି, ନିକଟ ଅତୀତରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବଡଧରଣର ସଂଘର୍ଷ ହୋଇଥିଲା । ତେବେ ଏହି କାରଣରୁ ମିଆଁମାର ନାଗରିକ ମିଜୋରାମରେ ପ୍ରବେଶ କରୁଛନ୍ତି । ମିଆଁମାରରେ ହିଂସାକାଣ୍ଡ ନେଇ ମିଜୋରାମରେ ଶରଣ ନେଉଛନ୍ତି ସେମାନେ । ରିପୋର୍ଟ ଅନୁଯାୟୀ ଜୁଲାଇ ପରେ ହୋଇଥିବା ଏହା ସବୁଠାରୁ ଭୟଙ୍କର ସଂଘର୍ଷ । ଏଥିରେ ଅନେକ ଯୁବକଙ୍କ ସମେତ ୧୫ରୁ ୨୦ ଗ୍ରାମବାସୀ ପ୍ରାଣ ହରାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି