Masthead

ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଜାଡ଼ରେ ଥରୁଛି ଓଡ଼ିଶା, ଆଗାମୀ ୪ରୁ ୫ଦିନ ଯାଏ ଜାଡ଼ରୁ ମିଳିବନି ନିସ୍ତାର । ଆଜି ପାଇଁ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ । ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେବା ଫଳରେ ଶୀତ ବଢ଼ିବାର ବି ଆଶଙ୍କା ରହିଛି । ୨ ଦିନ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାରେ ଶୀତ ଲହରି ରହିବ ।

କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧାରେ ଅଧିକ ଶୀତ ରହିବ । ସୁନ୍ଦରଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ କୋରାପୁଟରେ ପ୍ରବଳ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବୁଧବାର ଝାରସୁଗୁଡ଼ା, ଫୁଲବାଣୀ ଓ ରାଉରକେଲାରେ ରାତି ତାପମାତ୍ରା ୬ ଡିଗ୍ରୀ ରହିପାରେ । ଅନୁଗୁଳରେ ୭, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରହିପାରେ । ଢେଙ୍କାନାଳ, ବାରିପଦା, ବଲାଙ୍ଗୀର ଓ ଭବାନୀପାଟଣାରେ ୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି କୁହାଯାଇଛି । ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ୬ ଡିଗ୍ରୀ ରହିପାରେ ବୋଲି ଆକଳନ ରହିଛି। ଜି ଉଦୟଗିରିରେ ପାରଦ ୪.୬ ଡିଗ୍ରୀ ଥିଲା । ଫୁଲବାଣୀ ଓ ରାଉରକେଲାରେ ୭.୧, ଝାରସୁଗୁଡ଼ାରେ ୭.୨, ଦାରିଙ୍ଗବାଡ଼ିରେ ୮, ସିମିଳିଗୁଡ଼ାରେ ୮.୧, ଅନୁଗୁଳରେ ୮.୮, କେନ୍ଦୁଝରରେ ୯.୪, ସୁନ୍ଦରଗଡ଼ରେ ୯.୬, ବଲାଙ୍ଗୀରରେ ୧୦.୫ ଡିଗ୍ରୀ ରେକର୍ଡ ହୋଇଥିଲା । ରାଉରକେଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଏଠାରେ ଦୃଶ୍ୟମାନ ଦୂରତା ୫୦ମିଟରରୁ କମ୍ ରହିଥିଲା । ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି