Masthead

ଶପଥ ନେଲେ ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ

କୋଲକାତା(ବଡ଼ ଖବର ବ୍ୟୁରୋ): ଶପଥ ନେଲେ ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୧୯ଜଣ ରାଜ୍ୟମନ୍ତ୍ରୀଙ୍କ ସମେତ ୪୩ଜଣ ବିଧାୟକ ଶପଥ କରିଛନ୍ତି । କୋଲକତା ରାଜଭବନରେ ରାଜ୍ୟପାଳ ଜଗଦୀପ ଧନଖଡ଼ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ତେବେ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ର ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଶପଥ ଗ୍ରହଣ କରିଥିବା ବେଳେ ସୁବ୍ରତ ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ଫିରାଦ ହକିମ୍, ଜ୍ୟୋତିପ୍ରିୟ ମଲ୍ଲିକ, ମଳୟ ଘାତକ, ଅରୂପ ବିଶ୍ବାସ, ଡକ୍ଟର ଶଶୀ ପଞ୍ଜା ଏବଂ ଜାଭେଦ ଅହମଦ ଖାଁଙ୍କ ଭଳି ବରିଷ୍ଠ ବିଧାୟକମାନେ ରାଜଭବନ ପରିସରରେ ଶପଥ ପାଠ କରିଛନ୍ତି ।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପ୍ରଥମ କ୍ୟାବିନେଟ ବୈଠକ କରିବେ। କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ମେ ୫ ତାରିଖ ଦିନ ଶପଥ ପାଠ କରିଥିଲେ। ତେବେ ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୯୨ ଆସନରୁ ୨୧୩ଟି ଆସନରେ ବିଜୟୀ ହୋଇଥିଲା । କିନ୍ତୁ, ସ୍ବୟଂ ମମତା ବାନାର୍ଜୀ ନନ୍ଦୀଗ୍ରାମ ବିଧାନସଭା ଆସନ‌ରୁ ପ୍ରତିଦ୍ୱନ୍ଦିତା କରି ପରାସ୍ତ ‌ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା