Masthead

ଯେବେ ରାଜମାର୍ଗରେ ଦିଶିବ ଭାରତର ବ୍ରହ୍ମାସ୍ତ୍ର, ଥରିଉଠିବ ଶତ୍ରୁର ଛାତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସରିଛି ରିର୍ହରସେଲ । ସାରା ଦେଶରେ ଫର ଫର ହୋଇ ଉଡିବ ତ୍ରିରଙ୍ଗା । ସେନା ଦେଖାଇବ ବୀରତ୍ୱ । ଦେଶର ଶକ୍ତି ଦେଖିବ ସାରା ବିଶ୍ୱ । ସାବଧାନ ହୋଇଯାଅ ଶତ୍ରୁ । ଏଣିକି ନାଲିଆଖି ଦେଖାଇଲେ ଡାଇରେକ୍ଟ ଆଟାକ୍ । କାରଣ ଗଣତନ୍ତ୍ର ଦିବସରେ ଅସଲ ପରାକ୍ରମ ଦେଖାଇବ ମାରାତ୍ମକ ଫାଇଟର ଜେଟ୍ ରାଫେଲ । ସାଧାରଣତନ୍ତ୍ର ଦିବସରେ ହେବ ସାମିଲ । ପ୍ରଥମ ଥର ପାଇଁ ଏହି ମହାନ ଦିନରେ ଆକାଶର ଛାତିଚିରି ରାଫେଲ ଉଡାଇବେ ଭାରତର ମହିଳା ପାଇଲଟ । ଏଣିକି ନାଲି ଆଖି ଦେଖାଇଲେ ଡାଇରେକ୍ଟ ଆଟାକ୍ । ସୀମା ବିବାଦ ହେଉ କି ଆତଙ୍କବାଦନାଁରେ ଭାରତକୁ ଧମକ ବର୍ତ୍ତିବାର ପ୍ରଶ୍ନ ଉଠୁନି । ଶତ୍ରୁ ପାଇଁ ଏ ମାରାତ୍ମକ ବିମାନ ହେବ କାଳ ।

ଭାରତର ତମାମ୍ ଯୁଦ୍ଧ ବିମାନ ସାଧାରଣତନ୍ତ୍ର ଦିବସରେ ହେବେ ସାମିଲ । ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସରେ ସାମିଲ ହେବ ଫାଇଟର ଜେଟ୍ ରାଫେଲ । ଯାହାର ନାଁ ଶୁଣିଲେ ଶତ୍ରୁ ମନରେ ସୃଷ୍ଟି ହୁଏ ଭୟ । ଖେଳିଯାଏ ଆତଙ୍କ । ଲୋମ ଟାଙ୍ଗୁରି ଉଠେ । ଜାତୀୟ ରାଜଧାନୀର ମୁଖ୍ୟରାସ୍ତାରେ ଗର୍ଜିବ ରାଫେଲ । ପ୍ରଥମେ ଶତ୍ରୁଙ୍କୁ ଦେଖାଇଥିଲା ଝଲକ । ହେଲେ ଗଣତନ୍ତ୍ର ଦିବସରେ ଅସଲ ପରାକ୍ରମ ଦେଖାଇବ ଫରାସୀ ଲଢୁଆ ଯୁଦ୍ଧ ବିମାନ ରାଫେଲ । ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ରାଫେଲ ସାମିଲ ହେଉଥିବା ବେଳେ ପ୍ରଥମ ଥର ଉଡାଇବେ ମହିଳା ପାଇଲଟ । ଯାହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ