Masthead

କେଉଁଠି ଫେରାଇବେ ଚିରା ନୋଟ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାଧାରଣତଃ ନୋଟ ଚିରିବାକୁ ନେଇ ସମସ୍ତଙ୍କ ମନରେ ଏକ ଡର ଥାଏ । ଚିରାଫଟା ନୋଟକୁ ଫେରାଇ ଦିଅନ୍ତି ସମସ୍ତେ । ଦୋକାନରେ ଦେଲେ ଦୋକାନୀ ବି ଏହାକୁ ନେବାକୁ ମନା କରିଦିଏ । ସେଲୋଟେପ ଲଗା ନୋଟକୁ କାହିିଁକି ବି କିଏ ନେବାକୁ ପସନ୍ଦ କରିବେ । ତେବେ ବର୍ତ୍ତମାନ ଏପରି ନୋଟକୁ ନେଇ ଆରବିଆଇ ଜାରି କରିଛି ନୂଆ ନିୟମ । ଯାହାଦ୍ୱାରା ଆପଣ ଏପରି ନୋଟକୁ ବଦଳାଇ ଦେଇପାରିବେ ।

ଆରବିଆଇର ୨୦୧୭ ଏକ୍ସଚେଞ୍ଜ କରେନ୍ସି ନୋଟ ନିୟମ ଅନୁଯାୟୀ, ଯଦି ଆପଣଙ୍କୁ ଏଟିଏମରୁ ଚିରାଫଟା ନୋଟ ମିଳିଥାଏ ତେବେ ତାକୁ ଆପଣ ବଦଳାଇ ପାରିବେ । ଏହାସହ ଏଭଳି ଚିରାଫଟା ନୋଟକୁ ବ୍ୟାଙ୍କମାନେ ମଧ୍ୟ ନେଇପାରିବେ । କୌଣସି ବ୍ୟାଙ୍କ ଏହାକୁ ନେବାକୁ ମନାକରିପାରିବେ ନାହିଁ । ଯଦି ଆପଣଙ୍କ ନୋଟ ଚିରି ଯାଇଛି ତେବେ ଆପଣ ଏହାକୁ ବ୍ୟାଙ୍କରେ ବଦଳାଇପାରିବେ । ଆଉ ଯଦି ଚିରିକି ଏହାର କିଛି ଅଂଶ ହଜିଯାଇଥିବା ତେବେ ବି ଏହାକୁ ଆପଣ ଏକ୍ସଚେଞ୍ଜ କରିପାରିବେ ।

ସେହିପରି ଯଦି ଗୋଟେ ନୋଟର ପୂରା ଅଂଶ ଫାଟି ଯାଇଥିବ, କିମ୍ବା ପୋଡିଯାଇଥିବ ତେବେ ଏଭଳି ନୋଟକୁ ଆରବିଆଇ ଇସ୍ୟୁ ଅଫିସରେ ବଦଳାଇ ପାରିବେ । ଆପଣଙ୍କ ନୋଟର ସ୍ଥିତି ଏହା ସ୍ଥିର କରିଥାଏ କି ଆପଣଙ୍କୁ ପୂରା ଟଙ୍କା ମିଳିବ ନା ନାହିଁ । ଅଳ୍ପ ଅଳ୍ପ ଚିରାଫଟା ନୋଟରେ ଆପଣଙ୍କୁ ମିଳିବ ପୂରା ଟଙ୍କା । ଯଦି ଆପଣଙ୍କ ନୋଟର ଅଧିକ ଅଂଶ ଚିରି ଯାଇଛି ତେବେ ଏହାର କିଛି ପ୍ରତିଶତ ଟଙ୍କା ଆପଣଙ୍କୁ ମିଳିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ