Masthead

କିଏ କରିବ ନୂଆ ସଂସଦ ଭବନ ଉଦଘାଟନ, ଆଜି ସୁପ୍ରିମ ଶୁଣାଣି

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ନୂଆ ସଂସଦ ଭବନକୁ ନେଇ ଲାଗି ରହିଛି ବିବାଦ । କିଏ କରିବ ନୂଆ ସଂସଦ ଭବନ ଉଦଘାଟନ । ତାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଥିବାବେଳ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଜି ଏହି ମାମଲାର ଶୁଣାଣି ହେବାର ସୂଚନା ରହିଛି । ନୂଆ ସଂସଦ ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟନ କରାଇବା ପାଇଁ ଲୋକସଭା ସଚିବାଳୟ ଏବଂ କେନ୍ଦ୍ର ସରକାଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ନିବେଦନ କରି ସୁପ୍ରିମ୍ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା ।

ଆଡଭୋକେଟ୍ ସି.ଆର ଜୟ ସୁକିନ୍ ଫାଇଲ୍ କରିଥିବା ଏହି ଆବେଦନରେ କୁହାଯାଇଛି ଯେ ଉଦଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅନ୍ତର୍ଭୁକ୍ତ ନ କରାଇ କେନ୍ଦ୍ର ସରକାର ଭାରତର ସମ୍ବିଧାନ ଉଲଂଘନ କରିଛନ୍ତି । ସଂସଦ ହେଉଛି ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା । ରାଷ୍ଟ୍ରପତି ଏବଂ ଦୁଇ ଗୃହ ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ । ସଂସଦ ବା ଲୋକସଭା ଭାଙ୍ଗିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି ବୋଲି ଉକ୍ତ ପିଟିସନରେ ଉଲ୍ଲେଖ କରାଯାଇଛି । ମେ ୨୮ ରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନର ଉଦଘାଟନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ