Masthead

ମହାବାତ୍ୟାର ରୂପ ନେବନି ‘ୟାଶ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାରାଦ୍ୱୀପ ଠାରୁ ୩୮୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ୟାଶ୍’ । ଏହି ବାତ୍ୟା ଏବେ ଘନିଭୂତ ହୋଇ ପ୍ରବଳ ବାତ୍ୟାରେ ପରିଣତ ହୋଇଛି । ସନ୍ଧ୍ୟା ସୁଦ୍ଧା ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବାତ୍ୟା । ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ଭୋରୁ ଧାମରା-ଚାନ୍ଦବାଲି ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଦ୍ୱିପ୍ରହର ବେଳକୁ ବାଲେଶ୍ୱର-ଧାମରା ମଧ୍ୟରେ ଗତି କରିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ । ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରୀରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ପବନ ବଢ଼ିବାରେ ଲାଗିବ ।

କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପବନରେ ବେଗ ଅଧିକ ରହିବ । ବାତ୍ୟାର ଆଖି ବାଲେଶ୍ୱର-ଧାମରା ମଧ୍ୟରେ ଉପକୂଳ ଦେଇ ଗତି କରିବ । ତେବେ ଏହା ଭେରୀ ସିଭିୟର ସାଇକ୍ଳୋନ୍ କିନ୍ତୁ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ନାହିଁ କି ଏହା ମାହାବାତ୍ୟାର ରୂପ ନେବନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ