Masthead

ସହିଦ ପତ୍ନୀଙ୍କ ମନ ବୁଝିଲା ସେନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସ୍ୱାମୀଙ୍କ ମୃତ୍ୟୁପରେ ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲା ଭାରତୀୟ ସେନା । ସାଥୀ ଅଫିସରଙ୍କୁ ଦିଆଗଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଭାରତୀୟ ସେନାର ଏଭଳି ମହନୀୟତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ୨୦୧୯ ପୁଲୱାମା ଆକ୍ରମଣରେ ସହିଦ ହୋଇଥିଲେ ମେଜର ବିଭୂତିଶଙ୍କର ଧୁନଦୟାଲ । ସୌର୍ଯ୍ୟଚକ୍ର ଉପାଧିରେ ଭୂଷିତ ବିଭୂତିଶଙ୍କରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ନିକିତା କାଉର ଭାଙ୍ଗି ପଡ଼ିଥିଲେ । ମାତ୍ର ସ୍ୱାମୀଙ୍କ ସମାଧିସ୍ଥଳରେ ଦିବାରାତି ଗୁମୁରି ଗୁମୁରି କାନ୍ଦୁଥିଲେ । ସେନା ପୋଷାକ ପରିଧାନ କରି ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥିଲା ।

ମାତ୍ର ମନର କଥା କାହାକୁ କହିପାରୁ ନଥିଲେ । ସ୍ୱାମୀଙ୍କୁ ଝୁରି ଝୁରି କେବଳ କାନ୍ଦୁଥିଲେ । ବିସ୍ତବ୍ଧ ରାତିରେ ନିକିତାଙ୍କ ବୁକୁଫଟା କ୍ରନ୍ଦନ ଘରର ଚାରିକାନ୍ଥଭିତରେ ସୀମିତ ରହିଲା ନାହିଁ । ସେନାର କାନରେ ବାଜିଲା । ଆଉ ତାଙ୍କ ଇଚ୍ଛା ପୂରଣ ପାଇଁ ଆଗେଇ ଆସିଲା ସେନା । ସ୍ୱତନ୍ତ୍ର ଭାବେ ନିକିତାଙ୍କ ପାଇଁ ତିଆରି ହେଲା ସେନା ପୋଷାକ । ସେନାର ଅଫିସର ପୋଷାକ ପରିଧାନ କରି ସେନା କର୍ମଚାରୀ ଓ ଅଫିସରଙ୍କ ଗହଣରେ ନିକିତା ତାଙ୍କ ସ୍ୱାମୀଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ପୁଲୱାମା ଘଟଣାରେ ଆଜିକୁ ପୂରିଛି ଦୁଇବର୍ଷ । ଦୁଇବର୍ଷର ପ୍ରତୀକ୍ଷା ନିକିତାଙ୍କର ଶେଷ ହୋଇଛି । ସ୍ୱାମୀ ବିଭୂତିଶଙ୍କରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ସେନା ପୋଷାକରେ ନିକିତା ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ସେନା ମଧ୍ୟ ନିକିତାଙ୍କୁ ଆପଣେଇ ନେଇଛି । ନିକିତାଙ୍କୁ ସେନାବାହିନୀରେ ନିଯୁକ୍ତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!