Masthead

୮ଥର ଭୋଟ୍‌ ଦେଇ ବନ୍ଧା ହେଲେ ବ୍ୟକ୍ତି

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ):  ଆଜି ଦେଶରେ ଚାଲିଛି ୫ମ ପର୍ଯ୍ୟାୟ ମତଦାନ । ଥରେ ନୁହେଁ କି ଦୁଇ ଥର ନୁହେଁ ଜଣେ ଯୁବକ ଦେଇଛନ୍ତି ୮ ଥର ଭୋଟ । ଉତ୍ତର ପ୍ରଦେଶର ଏଟାରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ଯୁବକ ୮ ଥର ଭୋଟ୍ ଦେଇଥିବା ଦାବି କରୁଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି । ଏବେ ପୁଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଛି । ଭିଡିଓରେ ଜଣେ ଯୁବକ ଇଭିଏମ୍ ପାଖରେ ଠିଆ ହୋଇଛି । ସେ ଏହି ଭିଡିଓରେ ୮ ଥର ଭୋଟ୍ ଦେଇଥିବା ଦାବି କରୁଛି ।

ସେପଟେ ନିର୍ବାଚନ ଆୟୋଗ ଉକ୍ତ ମତଦାନ କେନ୍ଦ୍ର ପୁଣି ଥରେ ଭୋଟିଂ କରିବାକୁ ସୁପାରିଶ କରିଛନ୍ତି। ପ୍ରକୃତରେ ଉତ୍ତରପ୍ରଦେଶ ଏଟାର ଏକ ମତଦାନ କେନ୍ଦ୍ରରେ ଜଣେ ବ୍ୟକ୍ତି ୮ ଥର ଭୋଟ୍‌ ଦେଇଥିବା ନେଇ ଦାବି କରିଥିଲେ। ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ମଧ୍ୟ କରିଥିଲେ। ଏହି ଭିଡିଓ ଭାଇରାଲ ହୋଇଥିଲା। ଏହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସେୟାର କରିଥିଲେ।  ଅଖିଳେଶ ଲେଖିଛନ୍ତି କି ଯଦି ନିର୍ବାଚନ ଆୟୋଗଙ୍କୁ ଲାଗୁଛି କି କିଛି ଭୁଲ୍ ଅଛି ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଏହି ଭିଡିଓକୁ ରାହୁଲ ଗାନ୍ଧୀ ମଧ୍ୟ ସେୟାର କରିଛନ୍ତି ।

ତେବେ ଏନେଇ ଆଗାମୀ ଯାଞ୍ଚ ଜାରି ରହିଛି । ସେପଟେ ଘଟଣା ସାମ୍ନାକୁ ଆସିବା ପରେ ଏଟା ଜିଲ୍ଲାର ନୟାଗାଓଁ ଥାନାରେ ମାମଲା ରୁଜୁ ହୋଇଛି। ଉକ୍ତ ଯୁବ ଭୋଟର୍‌ଙ୍କୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ପମାରାନ ଗାଁର ରାଜନ ସିଂହ। ସେପଟେ ଉକ୍ତ ଆସନରେ ପୁଣି ଥରେ ଭୋଟିଂ ପାଇଁ ନିର୍ବାଚନ ଆୟୋଗ ସୁପାରିଶ କରିବା ସହ ମତଦାନ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଶିଷ୍ଟ ପର୍ୟ୍ୟାୟରେ ପ୍ରକ୍ରିୟାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ