Masthead

ସମ୍ପର୍କରେ ଲାଗିଲା ରକ୍ତର ଛିଟା

ବଣାଇ (ବଡ଼ ଖବର ବ୍ୟୁରୋ): ଘରୋଇ କଳହର କରୁଣ ପରିଣତି । କାକାକୁ ହତ୍ୟା କଲା ପୁତୁରା । ଛଡାଇବାକୁ ଯାଇ ସାତ ବର୍ଷର ଝିଅର ହାତ କଟିଲା । ସାମାନ୍ୟ ଏକ ସାଇକେଲ ପାଇଁ କାକା ଓ ପୁତୁରା ମଧ୍ୟରେ ବଚସା ଏକ ହତ୍ୟାକାଣ୍ଡର ରୂପ ନେଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଲହୁଣିପଡ଼ା ଥାନା ବିଜାଘାଟ ଗ୍ରାମରେ । ରବିନ୍ଦ୍ର ନାୟକଙ୍କର ଏକ ସାଇକେଲ ପୁତୁରା ସୁଶାନ୍ତ ନାୟକ ମାଗି ନେଇ ଚଳାଉ ଥିଲା ।

ସାଇକେଲ ଅବସ୍ଥା ଖରାପ କରିବାରୁ କାକା ରବିନ୍ଦ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ସୁଶାନ୍ତ ସାଇକେଲଟି ଆଣି କଚାଡି ଦେଇ ଗାଳି ଗୁଲଜ ଆରମ୍ଭ କରିଥିଲା । କଳହ ବଢିବା ପରେ ଉତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି କାକା ରବିନ୍ଦ୍ରକୁ ଆକ୍ରମଣ କରିଥିଲା । ରବିନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍ନାକୁ ଆସିବା ପରେ ସୁଶାନ୍ତ ଭଉଣୀକୁ ମଧ୍ୟ ହାଣି ଦେଇଥିଲା । ଭୁଜାଲି ଆକ୍ରମଣ ରେ ରବିନ୍ଦ୍ର ମରିବା ପୂର୍ବରୁ ହାତରେ ଧରିଥିବା ଠେଙ୍ଗାରେ ଏକ ଶକ୍ତ ପାହାର ପୁତୁରା ସୁଶାନ୍ତ ମୁଣ୍ଡକୁ ପକାଇ ଟଳିପଡି ଥିଲା ।

ଗ୍ରାମବାସୀ ପୋଲିସରେ ଖବର ଦେବା ପରେ ପୋଲିସ ହତ୍ୟାକାରୀ ଓ ଆହତ ଝିଅକୁ ଉଦ୍ଧାର କରି ରାଉରକେଲା ଚିକିତ୍ସା ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି । ରାଉରକେଲାରେ ଚିକିତ୍ସାଧୀନ ଅଭିଯୁକ୍ତକୁ କଡା ପହରା ମଧ୍ୟରେ ଚିକିତ୍ସିତ କରାଯାଉଥିବା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ