Masthead

ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ପାଣିରେ ଭାସୁଛି ଏକର ଏକର ପରିବା ଚାଷ । ଋଣ ପରିଶୋଧ କରିବା ନେଇ ଚାଷୀମୁଣ୍ଡରେ ପଡିଛି ଚଡ଼କ । ଫୁରେ କି ଦି ଫୁରା ନୁହେଁ, ନିର୍ଦ୍ଧୁମ ଛେଚିଲା । ଅବଶ୍ୟକତା ଠାରୁ ଅଧିକ ଛେଚିଲା । ଅଦିନିଆ ବର୍ଷାରେ ବାଲେଶ୍ବର ରେମୁଣା ,ବାଲିଆପାଳ,ଭୋଗରାଇ, ଜଳେଶ୍ବର ଅଞ୍ଚଳରେ ହୋଇଥିବା ପରିବା ଓ ରବି ଫସଲ ନଷ୍ଟ ହେବାକୁ ବସିଛି । ଜହ୍ନି, କଲରା , ବିଲାତି , କାକୁଡି ଓ କଖାରୁ ଫସଲ ପାଣିରେ ଭାସୁଛି । ମୁଗ , ବାଦାମ ଓ ତରଭୁଜ ଜମିରେ ଆଁଠୁଏ ଆଁଠୁଏ ପାଣି ଜମି ରହିଛି । ଉଜୁଡ଼ା ଚାଷକୁ ସଜାଡ଼ିବାରେ ଲାଗିପଡିଛନ୍ତି ଚାଷୀ । ଋଣ କରି ଚାଷରେ ଲଗାଇଥିଲେ ଚାଷୀର ଚିନ୍ତା ବଢିଯାଇଛି । ସେହିପରି ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ପଞ୍ଚାୟତରେ ହୋଇଥିବା ତରୁଭୁଜ ଚାଷ ଉଜୁଡି ଯାଇଛି । ଭାଙ୍ଗି ଯାଇଛି ଚାଷୀର ସୁଖ ସପନ ।

ଅଦିନିଆ ଝଡ଼ବର୍ଷା ଖାଲି ଫସଲ ଉଜାଡିନି । ଉଜାଡି ଦେଇଛି ଘରଦ୍ୱାର । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ହୋଇଛି ନାହିଁ ନଥିବା କ୍ଷୟକ୍ଷତି । ଘରର ଆଜବେଷ୍ଟ ଉଡି ଯାଇଥିବା ବେଳେ କୁଆପଥର ମାଡରେ ବହୁ ଆଜବେଷ୍ଟ ଭାଙ୍ଗିରୁଜି ଯାଇଛି । ଗାଈଗୋରୁ ମୃତ୍ୟୁବରଣ କରିଛନ୍ତି । ପଣଶଗୁଡା, କଞ୍ଜାକଣା, ଡି. କରଳ ଏମିତି ଅନେକ ଗାଁ ପ୍ରଭାବିତ ହୋଇଛି । କଞ୍ଜାକଣା ଗ୍ରାମର ଦୁଇଜଣ ପାଣି ଆଣିବାକୁ ନାଳକୁ ଯାଇଥିବା ବେଳେ କୁଆପଥର ମାଡ଼ରେ ଗୁରୁତର ହୋଇ କାଶୀପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ପ୍ରକୃତିର ଆଗରେ ମଣିଷ ଛାର । ତେବେ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କ କ୍ଷତିପୂରଣ ପ୍ରଦାନ କରିବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା