ଜାନୁଆରୀ ୨୨ରେ ଆସନ୍ତୁନାହିଁ ଅଯୋଧ୍ୟା

ଅଯୋଧ୍ୟା(ବଡ଼ ଖବର ବ୍ୟୁରୋ): ଆସନ୍ତା ୨୦୨୪ ମସିହା ଜାନୁଆରୀ ୨୨ ତାରିଖରେ ବହୁପ୍ରତିକ୍ଷୀତ ପ୍ରଭୁ ଶ୍ରୀରାମଲାଲାଙ୍କ ମନ୍ଦିର ଉଦ୍ଘାଟନ ହେବାକୁ ଯାଉଛି । ମନ୍ଦିରରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି ଚାଲିଛି । ୩ ଜଣ ମୂର୍ତ୍ତିକାର ଅଲଗା ଅଲଗା ପଥରରେ ରାମଲାଲାଙ୍କ ପ୍ରତିମା ତିଆରି କରୁଛନ୍ତି। ଭଗବାନ ରାମଙ୍କ ସ୍ୱରୂପ ଅବିକଳ ୫ ବର୍ଷର ବାଳକ ଭଳି ତିଆରି ହେଉଛି । ୫ ବର୍ଷୀୟ ବାଳକ ରାମଙ୍କ ପ୍ରତିମା ଗଢୁଛନ୍ତି ତିନି ମୂର୍ତ୍ତିକାର । ୫ ବର୍ଷ ବାଳକର ମୁଖ ମଣ୍ଡଳ ଓ ବଡି ଲାଙ୍ଗୁଏଜ ପ୍ରସ୍ତୁତ କରୁଛନ୍ତି କାରିଗର ।

୩ଟି ପଥରରୁ ୨ଟି କର୍ଣ୍ଣାଟକା ଓ ଗୋଟିଏ ମକ୍ରାନାରୁ ଆସିଛି। ମୂର୍ତ୍ତି ନିର୍ମାଣ କାମ ୯୦% ସରିଗଲାଣି। ଆଉ ୧୫ରୁ ୨୦ ମଧ୍ୟରେ ମୂର୍ତ୍ତିକାର୍ୟ୍ୟ ସରିବ ବୋଲି କହିଛନ୍ତି ଅଯୋଧ୍ୟା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ । ଏହା ସହ ଜାନୁଆରୀ ୨୨ରେ ଅଯୋଧ୍ୟା ନଆସି ଦେଶବାସୀ ନିଜ ନିଜ ଗାଁ ବା ଅଞ୍ଚଳରେ ଥିବା ମନ୍ଦିରରେ ଦିନ ୧୦ଟାରୁ ୨ଟା ଯାଏଁ ଉତ୍ସବ ପାଳନ କରିବାକୁ ନିବେଦନ କରିଛନ୍ତି । ମନ୍ଦିରରେ ସେମାନେ ଭଜନକୀର୍ତ୍ତନ ଓ ପୂଜାର୍ଚ୍ଚନା କରନ୍ତୁ। କାରଣ ଜନୁଆରୀ ୨୬ ପର୍ୟ୍ୟନ୍ତ କୋଣସି ସାଧାରଣ ଲୋକଙ୍କୁ ପ୍ରବେଶ କରାଇଦିଆଯିବ ନାହିଁ ।

ଜାନୁଆରୀ ୨୬ ପରେ ଯେବେ ଆସିଲେ ବି ଶ୍ରୀରାମ ଚନ୍ଦ୍ରଙ୍କ ଦର୍ଶନ ପାଇ ପାରିବେ । ଏଥିସହ ଦେଶ ବାହାରର ଲୋକଙ୍କୁ ଫେବ୍ରୁଆରୀରେ ଆସିବା ପାଇଁ ନିବେଦନ କରିଛନ୍ତି ଶ୍ରୀ ରାୟ । ଯେଉଁ ଭକ୍ତମାନଙ୍କର ବୟସ ଅଧିକ ହୋଇଯାଇଛି ବା ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନେ ବୁଝିବିଚାରି ଆସିବା ପାଇଁ ପରାମର୍ଶ ଦେଇଛନ୍ତି ଚମ୍ପତ ରାୟ। କାରଣ ଅଯୋଧ୍ୟା ରାମ ମନ୍ଦିରକୁ ଆସିବା ପାଇଁ ୧ କିଲୋମିଟରରୁ ଅଧିକ ବାଟ ଚାଲିବାକୁ ହେବ ବୋଲି କହିଛନ୍ତି ଶ୍ରୀ ରାୟ ।

ଏହା ସହ ଚମ୍ପତ ରାୟ କହିଛନ୍ତି, ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହୋଇଯାଇଛି। ପ୍ରଥମ ମହଲା କାମ ଚାଲିଛି। ପ୍ରଥମ ମହଲାର ଆଉ ଅଳ୍ପ କାମ ରହିଛି। ପ୍ରଥମ ମହଲା ପରେ ଦ୍ୱିତୀୟ ମହଲା କାମ ହେବ। ତା’ପରେ ମନ୍ଦିର ଚୂଡ଼ା କାମ ହେବ। ୨୦୨୪ ଡିସେମ୍ବର ସୁଦ୍ଧା ମନ୍ଦିରର ସବୁ କାମ ସରିଯିବ ବୋଲି ସୂଚନା ଦେଇଛନ୍ତି ଚମ୍ପତ ରାୟ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ