Masthead

ଜାନୁଆରୀ ୨୨ରେ ଆସନ୍ତୁନାହିଁ ଅଯୋଧ୍ୟା

ଅଯୋଧ୍ୟା(ବଡ଼ ଖବର ବ୍ୟୁରୋ): ଆସନ୍ତା ୨୦୨୪ ମସିହା ଜାନୁଆରୀ ୨୨ ତାରିଖରେ ବହୁପ୍ରତିକ୍ଷୀତ ପ୍ରଭୁ ଶ୍ରୀରାମଲାଲାଙ୍କ ମନ୍ଦିର ଉଦ୍ଘାଟନ ହେବାକୁ ଯାଉଛି । ମନ୍ଦିରରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି ଚାଲିଛି । ୩ ଜଣ ମୂର୍ତ୍ତିକାର ଅଲଗା ଅଲଗା ପଥରରେ ରାମଲାଲାଙ୍କ ପ୍ରତିମା ତିଆରି କରୁଛନ୍ତି। ଭଗବାନ ରାମଙ୍କ ସ୍ୱରୂପ ଅବିକଳ ୫ ବର୍ଷର ବାଳକ ଭଳି ତିଆରି ହେଉଛି । ୫ ବର୍ଷୀୟ ବାଳକ ରାମଙ୍କ ପ୍ରତିମା ଗଢୁଛନ୍ତି ତିନି ମୂର୍ତ୍ତିକାର । ୫ ବର୍ଷ ବାଳକର ମୁଖ ମଣ୍ଡଳ ଓ ବଡି ଲାଙ୍ଗୁଏଜ ପ୍ରସ୍ତୁତ କରୁଛନ୍ତି କାରିଗର ।

୩ଟି ପଥରରୁ ୨ଟି କର୍ଣ୍ଣାଟକା ଓ ଗୋଟିଏ ମକ୍ରାନାରୁ ଆସିଛି। ମୂର୍ତ୍ତି ନିର୍ମାଣ କାମ ୯୦% ସରିଗଲାଣି। ଆଉ ୧୫ରୁ ୨୦ ମଧ୍ୟରେ ମୂର୍ତ୍ତିକାର୍ୟ୍ୟ ସରିବ ବୋଲି କହିଛନ୍ତି ଅଯୋଧ୍ୟା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ । ଏହା ସହ ଜାନୁଆରୀ ୨୨ରେ ଅଯୋଧ୍ୟା ନଆସି ଦେଶବାସୀ ନିଜ ନିଜ ଗାଁ ବା ଅଞ୍ଚଳରେ ଥିବା ମନ୍ଦିରରେ ଦିନ ୧୦ଟାରୁ ୨ଟା ଯାଏଁ ଉତ୍ସବ ପାଳନ କରିବାକୁ ନିବେଦନ କରିଛନ୍ତି । ମନ୍ଦିରରେ ସେମାନେ ଭଜନକୀର୍ତ୍ତନ ଓ ପୂଜାର୍ଚ୍ଚନା କରନ୍ତୁ। କାରଣ ଜନୁଆରୀ ୨୬ ପର୍ୟ୍ୟନ୍ତ କୋଣସି ସାଧାରଣ ଲୋକଙ୍କୁ ପ୍ରବେଶ କରାଇଦିଆଯିବ ନାହିଁ ।

ଜାନୁଆରୀ ୨୬ ପରେ ଯେବେ ଆସିଲେ ବି ଶ୍ରୀରାମ ଚନ୍ଦ୍ରଙ୍କ ଦର୍ଶନ ପାଇ ପାରିବେ । ଏଥିସହ ଦେଶ ବାହାରର ଲୋକଙ୍କୁ ଫେବ୍ରୁଆରୀରେ ଆସିବା ପାଇଁ ନିବେଦନ କରିଛନ୍ତି ଶ୍ରୀ ରାୟ । ଯେଉଁ ଭକ୍ତମାନଙ୍କର ବୟସ ଅଧିକ ହୋଇଯାଇଛି ବା ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନେ ବୁଝିବିଚାରି ଆସିବା ପାଇଁ ପରାମର୍ଶ ଦେଇଛନ୍ତି ଚମ୍ପତ ରାୟ। କାରଣ ଅଯୋଧ୍ୟା ରାମ ମନ୍ଦିରକୁ ଆସିବା ପାଇଁ ୧ କିଲୋମିଟରରୁ ଅଧିକ ବାଟ ଚାଲିବାକୁ ହେବ ବୋଲି କହିଛନ୍ତି ଶ୍ରୀ ରାୟ ।

ଏହା ସହ ଚମ୍ପତ ରାୟ କହିଛନ୍ତି, ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହୋଇଯାଇଛି। ପ୍ରଥମ ମହଲା କାମ ଚାଲିଛି। ପ୍ରଥମ ମହଲାର ଆଉ ଅଳ୍ପ କାମ ରହିଛି। ପ୍ରଥମ ମହଲା ପରେ ଦ୍ୱିତୀୟ ମହଲା କାମ ହେବ। ତା’ପରେ ମନ୍ଦିର ଚୂଡ଼ା କାମ ହେବ। ୨୦୨୪ ଡିସେମ୍ବର ସୁଦ୍ଧା ମନ୍ଦିରର ସବୁ କାମ ସରିଯିବ ବୋଲି ସୂଚନା ଦେଇଛନ୍ତି ଚମ୍ପତ ରାୟ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ