Masthead

ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଏନ୍‌କାଉଣ୍ଟର ପରେ ବି ବ୍ରହ୍ମପୁର ପୁଲିସକୁ ଅପରାଧୀଙ୍କ ଭୟ ନାହିଁ । ସୋମବାର ରାତ୍ରିରେ ନିଜ ବାନ୍ଧବୀଙ୍କ ସହ ଯିବା ସମୟରେ ମାରଣା ଅସ୍ତ୍ରରେ ଆକ୍ରମଣ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି। ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧୀ ଖୁଲମ ଖୋଲା ପୋଲିସକୁ ଦେଉଛନ୍ତି କଡ଼ା ଚ୍ୟାଲେଞ୍ଜ । ସୋମବାର ଅପରାହ୍ନ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ଗିରିରୋଡ଼ରେ ।

ବିଚ୍ ରାସ୍ତା ଉପରେ ଉମେଶ ରଥ ନାମକ ଜଣେ ଯୁବକ ଓ ତାଙ୍କ ମହିଳା ବନ୍ଧୁଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ ହୋଇଛି । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଉମେଶ ଓ ତାଙ୍କ ବାନ୍ଧବୀ ସନ୍ଧ୍ୟାରେ ଗିରିରୋଡକୁ ଟିଫିନ କରିବା ପାଇଁ ଆସିଥିଲେ । ଏହି ସମୟରେ ହଠାତ ସେଠାରେ କିଛି ଯୁବକ ଆସି ପହଞ୍ଚିଥିଲେ । କିଛି ସମୟ ଧରି ଉମେଶଙ୍କ ସହ କଥାବାର୍ତ୍ତା ହେବା ପରେ ହଠାତ୍ ତାଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ । ଯୁବକମାନେ ବାଡ଼ି, ଖଣ୍ଡା ସହ ଅନ୍ୟ କିଛି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଦୀର୍ଘ ସମୟ ଧରି ଉମେଶଙ୍କୁ ତଳେ ପକାଇ ଆକ୍ରମଣ କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଛାଡ଼ି ଦେଇ ଘଟଣାସ୍ଥଳରୁ ଯୁବକମାନେ ଚମ୍ପଟ ମାରିଥିଲେ ।

ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉମେଶ ଓ ତାଙ୍କ ବାନ୍ଧବୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଇଛନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉମେଶକୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଉମେଶଙ୍କ ମାଆ । ଗତ ଦୁଇ ଦିନ ପୂର୍ବରୁ ମଧ୍ୟ କିଛି ଯୁବକ ତାଙ୍କ ଘରକୁ ଆସି ଉମେଶଙ୍କୁ ଧମକ ଦେଇଥିବା ବେଳେ ଏନେଇ ସେ ଏସପିଙ୍କୁ ଜଣାଇଥିଲେ। ପୂର୍ବରୁ ମଧ୍ୟ କିଛି ଯୁବକ ଉମେଶଙ୍କୁ ଆକ୍ରମଣ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ । କିଛି ଦିନ ପରେ ଉମେଶ ଏକ ମାମଲାରେ ଜେଲରୁ ଫେରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ହତ୍ୟା ଉଦ୍ୟମ ଘଟିଛି ।ଏନକାଉଣ୍ଟର ପରେ ମଧ୍ୟ ବ୍ରହ୍ମପୁର ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୁତ୍ତ। ତେବେ ଅପରାଧୀଙ୍କୁ ଧରିବା ନଚେତ୍ ପୁଣି ଏନକାଉଣ୍ଟର ଭଳି ଅବସ୍ଥା ଆପଣାଇବା ଜରୁରୀ ବୋଲି ବ୍ରହ୍ମପୁର ବାସିନ୍ଦା ଚାହିଁ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଓଡ଼ିଶାରେ ରେକର୍ଡ ତାତି 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଓଡ଼ିଶାରେ ରେକର୍ଡ ତାତି 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା!