Masthead

ସୌମ୍ୟ ସସପେନ୍ସ: ଡିଏଫଓଙ୍କର ହୋଇପାରେ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‌

ଗଜପତି (ବଡ଼ ଖବର ବ୍ୟୁରୋ): ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଗଜପତି ଡିଏଫଓଙ୍କ ପାଇଁ ଅଡୁଆ ବଢିଲା । ଡିଏଫଓଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । ଆବଶ୍ୟକ ପଡ଼ିଲେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ସୌମ୍ୟ ମୃତ୍ୟୁ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ପ୍ରତିଦିନ ମାରାଥନ ଜେରା ପରେ ଶନିବାର ଅଷ୍ଟମ ଦିନରେ ପାଳି ପଡ଼ିଥିଲା ଡିଏଫଓଙ୍କର । ଶନିବାର ସକାଳ ସାଢେ ନଅଟାରେ ପୋଲିସ ଗେଷ୍ଟ ହାଉସରେ ପହଁଚିଥିଲେ ଡିଏଫଓ ବାବୁ ।

ସେଠାରେ ତାଙ୍କୁ ତିନିଘଣ୍ଟା ଧରି ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ବିଶେଷକରି ମୃତ୍ୟୁକାଳୀନ ଜମାନବନ୍ଦି ରେକର୍ଡ ବେଳେ କାହିିଁକି ସେଠାରେ ଡିଏଫଓ ଉପସ୍ଥିତି ଥିଲେ ସେ ଦିଗରେ ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା । ତେବେ ଜମାନବନ୍ଦି ରେକର୍ଡ ବେଳେ ସେଠାରେ ଡିଏଫଓ ଉପସ୍ଥିତି ଥିବା ନେଇ ଖୋଦ ସ୍ୱୀକାର କରଥିବା ମଧ୍ୟ କ୍ରାଇମବ୍ରାଞ୍ଚ ଡିଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ଜମାନବନ୍ଦି ରେକର୍ଡ ବେଳେ ଡିଏଫଓ ସେଠାରେ ଥିଲେ କି ନାହିଁ ବୋଲି ଗଣମାଧ୍ୟମ ଯେତେବେଳେ ଡିଏଫଓଙ୍କୁ ପଚାରିଥିଲା ସେ ଏହାକୁ ଖଣ୍ଡନ କରିଥିଲେ । ଖାଲି ଖଣ୍ଡନ କଲେନି ଗଣମାଧ୍ୟମକୁ ଠେଲି ପଳାଇଥିଲେ ।

ସେପଟେ ଡିଏଫଓଙ୍କୁ ଜେରା ପରେ ଏବେ ସ୍କାନରରେ ବିଦ୍ୟାଭାରତୀ । ବିଦ୍ୟାଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ସୌମ୍ୟ ମୃତ୍ୟୁକୁ ୪୦ଦିନରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏଯାଏଁ କୌଣସି ନିସ୍କର୍ଷ ବାହାରି ପାରିନାହିଁ । ସୌମ୍ୟ ପଡିଲେ କେମିତି ? ଏହା ହତ୍ୟା, ଆତ୍ମହତ୍ୟା ନା ଦୁର୍ଘଟଣା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଭିତରେ କଣ ସମ୍ପର୍କ ରହିଛି, ଜାଣି ଶୁଣି ସୌମ୍ୟଙ୍କୁ ରାତି ଡିଉଟି କଣ ପାଇଁ ପଠାଉଥିଲେ ବୋଲି ଡିଏଫଓଙ୍କୁ ଜେରାରେ ପଚାରିଥିଲା କ୍ରାଇମବ୍ରାଞ୍ଚ । ଯାହାକୁ ଖଣ୍ଡନ କରିବା ସହ ବିଦ୍ୟାଙ୍କ ସହ କୌଣସି ସମ୍ପର୍କ ନଥିବା ଡିଏଫଓ କହିଥିଲେ । ସେପଟେ କିନ୍ତୁ ଡିଏଫଓ ସବୁ ଜାଣିଶୁଣି ଚୁପ ରହୁଥିବା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ବାପା ।

ସୌମ୍ୟ ମୃତ୍ୟୁକୁ ବିତିଲାଣି ୪୦ଦିନ । ପ୍ରଥମେ ଗଜପତି ପୋଲିସ ଆଉ ଏବେ କ୍ରାଇମବ୍ରାଞ୍ଚ ଏହି ମାମଲାର ଖୋଳତାଡ କରୁଛନ୍ତି କିନ୍ତୁ ଘଟଣା ଉପରୁ ଏଯାଏଁ ପରଦା ହଟୁନି । ଏହି ମାମଲାରେ ଅନେକ ବଡ଼ବଡ଼ିଆ ହାତ ଥିବାରୁ ଜାଣିଶୁଣି ସଠିକ ଦିଗରେ ତଦନ୍ତ କରାଯାଉନି ବୋଲି ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର । ତେବେ ଏସବୁ ଭିତରେ ଦେଖିବାକୁ ବାକି ରହିଲା କେବେ ଏହି ମାମଲା ଉପରୁ ପରଦା ହଟାଉଛି କ୍ରାଇମବ୍ରାଞ୍ଚ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା