Masthead

ଏନକାଉଣ୍ଟରରେ ୧୩ ମାଓବାଦୀ ମୃତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରର କୋଟିମ ଏଟାପାଲି ଅଞ୍ଚଳରେ ପୋଲିସର ଏନକାଉଣ୍ଟର । ୧୩ଜଣ ମାଓବାଦୀ ମୃତ । ମହାରାଷ୍ଟ୍ର ଗଡ଼ଚିରୋଲୀ ଜିଲ୍ଲା ଅନ୍ତର୍ଗତ ଏହି ଜଙ୍ଗଲରେ ମହାରାଷ୍ଟ୍ର ପୁଲିସର ‘ସି-୬୦’ କମାଣ୍ଡୋମାନଙ୍କ ସହ ଗୁଳି ବିନିମୟ କରି ମାସବାଦୀଙ୍କ ମୃତ୍ୟୁ ହୋଇଥିବା ଜଣେ ବରିଷ୍ଠ ଅଧିକାର କହିଛନ୍ତି । ତେବେ ସଭା କରିବା ଲାଗି ମାଓବାଦୀମାନେ କୋତମି ଫାଣ୍ଡି ନିକଟବର୍ତ୍ତୀ ଜଙ୍ଗଲରେ ଏକାଠି ହୋଇଥିବା ବେଳେ ଭୋର ପ୍ରାୟ ୫.୩୦‌ରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ବୋଲି ଗଢ଼ଚି‌ରୌଲୀ ‘ଡିଆଇଜି’ ସନ୍ଦୀପ ପାଟିଲ ଗଣମାଧ୍ୟମକୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମିଳିଥିବା ସୂଚନାନୁସାରେ ପୋଲିସ ମାନେ ଉକ୍ତ ଜଙ୍ଗଲରେ ଛାନଭିନ ଆରମ୍ଭ କରିଥିଲେ । କିନ୍ତୁ ମାଓବାଦୀମାନେ ପୋଲିସକୁ ଦେଖି ଆଗୁଆ ଗୁଳି ଚଳାଇଥିଲେ । ପ୍ରାୟ ଏକ ଘଣ୍ଟା ଗୁଳି ବିନିମୟ ମଧ୍ୟରେ କିଛି ମାଓବାଦୀ ସେଠାରୁ କେଉଁଆଡ଼େ ଚାଲିଯାଇଥିଲେ । ଯେଉଁମାନଙ୍କୁ ଏନକାଉଣ୍ଟର କରାଯାଇଥିଲା ସେମାନଙ୍କ ମୃତ ଦେହକୁ ଜବତ କରାଯାଇଛି । ଏବେ ମଧ୍ୟ ପୋଲିସର ସର୍ଚ ଅପରେସନ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା