ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୋପାଳକୁ ପଚରା ଯାଇଥିଲା ୨୬ଟି ପ୍ରଶ୍ନ? ପଲିଗ୍ରାଫ ଟେଷ୍ଟରେ ପଚରା ଯାଇଥିଲା ୨୬ଟି ପ୍ରଶ୍ନ? ୧୩ଟି ପ୍ରଶ୍ନର ଉତ୍ତରରେ ହଁ କହିଥିଲା ଗୋପାଳ । ଅନ୍ୟ ୧୩ଟି ପ୍ରଶ୍ନର ଉତ୍ତର ନା ଥିଲା ।

ଗୋପାଳ ପାଇଁ ୨୬ଟି ପ୍ରଶ୍ନ, ୧୩ଟି ହଁ ୧୩ଟି ନା

୧: ୨୦୧୦ରେ ନବ କିଶୋର ଦାସଙ୍କ ଟଙ୍କା ଭର୍ତ୍ତି ଗାଡ଼ିକୁ ରୋକିବା କାରଣରୁ ନବ ଦାସ ଆପଣଙ୍କ ଉପରେ ରାଗିଥିଲେ କି?
ଉତ୍ତର: ହଁ
୨: ନବ ଦାସଙ୍କ ଲୋକଙ୍କୁ ମାର୍ ପିଟ ଓ ଗାଳି ଦେବା କାରଣରୁ ନବ ଦାସ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଥିଲେ କି?
ଉତ୍ତର: ହଁ
୩: ମନ୍ତ୍ରୀ ନବ ଦାସଙ୍କ ଲୋକେ ଆପଣଙ୍କୁ ମାରି ଦେବାକୁ ଧମକ ଦେଇଥିଲେ କି?
ଉତ୍ତର: ହଁ
୪: ନବ କିଶୋର ଦାସଙ୍କ ଠାର ପ୍ରତିଶୋଧ ନେବା ପାଇଁ ତାଙ୍କୁ ମାରିବାର ଯୋଜନା କରିଥିଲେ କି?
ଉତ୍ତର: ହଁ
୫: ନବ କିଶୋର ଦାସଙ୍କୁ ହତ୍ୟା କରିବା ପୂର୍ବରୁ ଆପଣ ମାନସିକ ରୋଗର ଔଷଧ ଖାଇବା ବନ୍ଦ କରିଥିଲେ କି?
ଉତ୍ତର: ହଁ
୬: ନବ କିଶୋର ଦାସଙ୍କର ଆହୁରି ଧମକ ମିଳୁଥିବାରୁ ତାଙ୍କୁ ମାରିବା ପାଇଁ ଆପଣ ନିଶ୍ଚିତ କରିଥିଲେ କି?
ଉତ୍ତର: ହଁ
୭: ନବ କିଶୋର ଦାସଙ୍କୁ ମାରିବାର ଘଟଣା ପୂର୍ବରୁ ତାଙ୍କୁ ଦୁଇ ଥର ମାରିବାର ଯୋଜନା କରିଥଲେ କି?
ଉତ୍ତର: ହଁ
୮: ଆପଣଙ୍କ କହିବା ମୁତାବକ ୨୯ ଜାନୁଆରୀ ୨୦୨୩ରେ ଘଟଣାସ୍ଥଳରେ ଆପଣ ୩ ଫାୟାରିଂ କରିଥିଲେ?
ଉତ୍ତ: ହଁ
୯: କ’ଣ ଆପଣଙ୍କୁ ନବ ଦାସଙ୍କ ନାଁ ନେଇ ମନୋଜ ଡରାଇଥିଲେ କି?
ଉତ୍ତର: ହଁ
୧୦: ନବ କିଶୋର ଦାସଙ୍କ ସହ ଆପଣଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା, କ’ଣ ଏ କଥା ସତ?
ଉତ୍ତର: ହଁ
୧୧: କ’ଣ ମନ୍ତ୍ରୀ ଆପଣଙ୍କୁ ମାରିଦେବେ ଏହି ଡର ପାଇଁ ନବ ଦାସଙ୍କ ହତ୍ୟା କରିଥିଲେ?
ଉତ୍ତର: ହଁ
୧୨: କ’ଣ ଆପଣ ନିଜ ପ୍ଲାନ ହିସାବରେ ନବ ଦାସଙ୍କୁ ମାରିଥିଲେ?
ଉତ୍ତର: ହଁ
୧୩: କ’ଣ ଆପଣ ନବ ଦାସଙ୍କ ହତ୍ୟା ଘଟଣା ବିଷୟରେ ଯାହା କହିଛନ୍ତି, ତାହା ସତ କି?
ଉତ୍ତର: ହଁ

ପଲିଗ୍ରାଫ ଟେଷ୍ଟରେ ଗୋପାଳ ନା କହିଥିବା ୧୩ଟି ପ୍ରଶ୍ନ
୧: କ’ଣ ଆପଣଙ୍କ ପୁତୁରାକୁ ଚାକିରି ନଦେବା କାରଣରୁ ନବ ଦାସଙ୍କୁ ହତ୍ୟା କରିଥିଲେ କି?
ଉତ୍ତର: ନା
୨: କ’ଣ ଆପଣ କୌଣସି ରାଜନେତାଙ୍କ ଚାପରେ ଆସି ଗୁଳି ଚଳାଇଥିଲେ କି?
ଉତ୍ତର: ନା
୩: କ’ଣ ଆପଣ ନକ୍ସଲବାଦୀଙ୍କ ସହ ମିଶି ନବ ଦାସଙ୍କୁ ମାରିବାର ଷଡଯନ୍ତ୍ର କରିଥିଲେ କି?
ଉତ୍ତର: ନା
୪: କ’ଣ ଆପଣଙ୍କୁ କୌଣସି ସିନିଅର ଅଫିସର ନବ ଦାସଙ୍କୁ ମାରିବାର ଶୁପାରି ଦେଇଥିଲେ କି?
ଉତ୍ତର: ନା
୫: କ’ଣ ୨୯ ଜାନୁଆରୀ ୨୦୨୩ରେ ନବ ଦାସଙ୍କୁ ମାରିବାର ପ୍ଲାନ ଆପଣ ତାଙ୍କର ଶତ୍ରୁମାନଙ୍କ ସହ ମିଶି କରିଥିଲେ କି?
ଉତ୍ତର: ନା
୬: କ’ଣ ନବ ଦାସଙ୍କୁ ମାରିବା ପରେ ଦଣ୍ଡରୁ ବଂଚିବା ପାଇଁ ଆପଣ ମାନସିକ ରୋଗର କଥା କହିଥିଲେ କି?
ଉତ୍ତର: ନା
୭: କ’ଣ ନବ ଦାସଙ୍କ ଲୋକଙ୍କ ଧମକ କାରଣରୁ ଆପଣ ତାଙ୍କୁ ମାରିଦେଲେ, ଏକଥା ଆପଣ ନିଜକୁ ବଂଚାଇବା ପାଇଁ କହୁଛନ୍ତି?
ଉତ୍ତର: ନା
୮: କ’ଣ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଆପଣଙ୍କୁ କେହି ଉସକେଇଥିଲେ କି?
ଉତ୍ତର: ନା
୯: କ’ଣ ନବକିଶୋର ଦାସ ଆପଣଙ୍କୁ ମାରିଦେବାକୁ ଧମକ ଦେଇଥିଲେ କି?
ଉତ୍ତର: ନା
୧୦: କ’ଣ ନବକିଶୋର ଦାସଙ୍କୁ ମାରିବା ପାଇଁ ଆପଣଙ୍କୁ କିଏ ଶୁପାରି ଦେଇଥିଲେ କି?
ଉତ୍ତର: ନା
୧୧: କ’ଣ ଆପଣଙ୍କୁ ନବକିଶୋର ଦାସ ଦୁର୍ନୀତି ନ କରିବାକୁ ରୋକିଥିଲେ କି?
ଉତ୍ତର: ନା
୧୨: କ’ଣ ଜାନୁଆରୀ ୨୯ ୨୦୨୩ରେ ଆପଣ ୪ ରାଉଣ୍ଡର ଫାୟାରିଂ କରିଥିଲେ?
ଉତ୍ତର: ନା
୧୩: କ’ଣ ଆପଣଙ୍କର ନବ କିଶୋର ଦାସଙ୍କ ସହ ବ୍ୟକ୍ତିଗତ ଶତ୍ରୁତା କାରଣରୁ ତାଙ୍କର ହତ୍ୟା କରିଥିଲେ କି?
ଉତ୍ତର: ନା

 

Leave a Reply

Your email address will not be published. Required fields are marked *