Before Header

ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ସମର୍ଥନ କଲେ ରାମଦାସ

0 16

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ସାରା ଦେଶରେ ଚର୍ଚ୍ଚା ଧରିଛି । ଏହା ମଧ୍ୟରେ କେନ୍ଦ୍ର ସାମଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଆଠୱାଲେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ସମର୍ଥନ ଜଣାଇଛନ୍ତି । ତେବେ ଦେଶର ବିକାଶ ପାଇଁ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ରାମଦାସ କହିଛନ୍ତି । କେବଳ ଏତିକି ନୁହେଁ ବରଂ ହିନ୍ଦୁ ହେଉ କି ମୁସଲମାନ ହେଉ ଏହି ନୀତିକୁ ସମର୍ଥନ ଜଣାଇବା ଆବଶ୍ୟକ ।

ଏହା ସହ ଆମେ ଯଦି ଏକ ପରିବାର ଓ ଏକ ସନ୍ତାନ ନୀତି ଆପଣାଇବା ତାହାଲେ ଦେଶର ବିକାଶ ଖୁବଶୀଘ୍ର ହୋଇପାରିବ । ହେଲେ ବର୍ତ୍ତମାନ ଦେଶରେ ଆମେ ଦୁଇ ଓ ଆମର ଦୁଇ ନୀତି କାର୍ଯ୍ୟକାରୀ କରାଯାଉଛି । ତେଣୁ ଭାରତର ବିକାଶ ପାଇଁ ଏହି ଆଇନକୁ ସମର୍ଥନ କରୁଛି ବୋଲି ରାମଦାସ ଆଠୱାଲେ କହିଛନ୍ତି ।

Leave A Reply

Your email address will not be published.