Masthead

ମହାରାଷ୍ଟ୍ରରେ ଭୂସ୍ଖଳନ, ୩୮ ମୃତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ଦୁଇ ଦିନ ଧରି ଲାଗିରହିଛି ବର୍ଷା । ସେହି କାରଣରୁ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ତେବେ ରାୟଗଡ଼ ଏବଂ ରତ୍ନଗିରିରେ ଭୂସ୍ଖଳନ ଯୋଗୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮୫ରୁ ଅଧିକ ନିଖୋଜ ଅଛନ୍ତି । ତଲାଇରେ ୩୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସଖରସୁତରୱାଡ଼ି ଗ୍ରାମରୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପଶ୍ଚିମ ମହାରାଷ୍ଟ୍ରର ସତରା ଜିଲ୍ଲାରେ ପଟନ ତହସିଲ ଅଧୀନସ୍ଥ ୨ଟି ସ୍ଥାନରେ ୨୦ରୁ ଅଧିକ ଲୋକ ମାଟିତଳେ ଫସି ଯାଇଛନ୍ତି।

ଅମ୍ବେଗଡ଼ ଏବଂ ମିରଗାଓଁ‌ରେ ଭୂସ୍ଖଳନ ଯୋଗୁଁ ୮ଟି ଘର ମାଟିରେ ମିଶିଯାଇଛି ଏବଂ ପ୍ରାୟ ୨୦ ଜଣ ଲୋକ ମାଟି ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି। ଅମ୍ବେଗଡ଼ରେ ୪ଟି ଘରେ ମାଟିରେ ମିଶିଯାଇଛି ଏବଂ ଏଠାରେ ପ୍ରାୟ ୧୪ ଜଣ ମାଟିତଳେ ଫସିଯାଇଛନ୍ତି। ଅନ୍ୟପକ୍ଷେ ମିରଗାଓଁରେ ୩ଟି ଘର ଭୁଶୁଡ଼ି ପଡ଼ିଥିବା ବେଳେ ୮ରୁ ୧୦ ଜଣ ପୋତି ହୋଇଯାଇଛନ୍ତି ବୋଲି ସତରା ଗ୍ରାମୀଣ ଏସ୍‌ପି ଅଜୟ କୁମାର ବଂସଲ୍‌ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ବନ୍ୟା ସ୍ଥିତି ଓ ଉଦ୍ଧାର କାର୍ଯ୍ୟନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ