Masthead

ରାଜରାସ୍ତାକୁ ଓହ୍ଲାଇବେ ଯାତ୍ରା କଳାକାର

ସୋହେଲା (ବଡ଼ ଖବର ବ୍ୟୁରୋ): ବରଗଡ ଜିଲ୍ଲା ସୋହେଲା ବ୍ଲକ ଦସମାଇଲ ଛକରେ ପଶ୍ଚିମ ଓଡ଼ିଶା କଳାକାର ଓ ଯାତ୍ରା ପାର୍ଟି ମାଲିକ ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୭ ଟି ଯାତ୍ରା ପାର୍ଟି ମାଲିକ ଓ ଶହ ଶହ କଳାକାର ଯୋଗଦେଇଥିଲେ । ଗତ ମାର୍ଚ୍ଚରୁ ଲକଡ଼ାଉନ ପରେ ଦୀର୍ଘ ୮ମାସ ହେଲା ଘରେ ବସିଛନ୍ତି ପଶ୍ଚିମ ଓଡ଼ିଶାର କଳାକାରମାନେ । ସବୁ କଳାକାର ଗାଁରେ ମଜୁରି ଲାଗୁଛନ୍ତି । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ସରକାର ମେଲୋଡି କରି ନିର୍ବାଚନ ପ୍ରଚାର କରିଥିଲେ । ନାଟକକୁ କାହିଁକି ଆନୁମତି ସରକାର ଦେଉନାହାନ୍ତି ବୋଲି ଯାତ୍ରା ପାର୍ଟିର କଳାକାରମାନେ ପ୍ରଶ୍ନ କରିଥିଲେ।

ଆଗାମୀ ଦିନରେ ସରକାର ଯଦି ଯାତ୍ରା ପାର୍ଟିଗୁଡିକୁ ମଞ୍ଚ ଖୋଲିବା ପାଇଁ ଅନୁମତି ନ ଦିଅନ୍ତି, ପଶ୍ଚିମ ଓଡିଶା କଳାକାରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । କଳାକାରମାନେ ଦାବି କରିଛନ୍ତି ଯେ, ଆମକୁ ସରକାରୀ ସାହାଯ୍ୟ ଦରକାର ନାହିଁ । ଆମକୁ ମଞ୍ଚରେ ଅଭିନୟ କରିବା ପାଇଁ ଅନୁମତି ଦରକାର । କଳାକାରମାନଙ୍କ ଏହି ଆଲୋଚନାରେ, ଯାତ୍ରା ମା’ ରୁଦ୍ରେଶ୍ୱରୀ ଅପେରାର ଜଗଦୀଶ ପଧାନ, ବଜରଙ୍ଗ ଗଣନାଟ୍ୟର ଦେବେନ୍ଦ୍ର ବିଶ୍ୱାଳ, ମା’ ପାର୍ବତୀ ଅପେରାର ପ୍ରଫୁଲ୍ଲ ମେହେର, ଶ୍ରୀ ଗଣେଶ ଅପେରାର ଆଖଣ୍ଡଳ ସାହୁ, ମା’ ସମଲେଶ୍ୱରୀ ଅପେରା କୀର୍ତ୍ତିବନ୍ତ ମେହେରଙ୍କ ସହିତ ଶହ ଶହ କଳାକାର ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ