Masthead

ନାବାଳକ ଉଦ୍ଧାର

ଚନ୍ଦାହାଣ୍ଡି (ବଡ଼ ଖବର ବ୍ୟୁରୋ ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦେଓଵନ୍ଦ ଭତାଝର ଛକପାଖରେ ୧୦ବର୍ଷର ଅପରିଚିତ ମାନସିକ ବିକୃତ ବାଳକ ଏଣେତେଣେ ବୁଲୁଥିଲା । ଏ ସମ୍ପର୍କରେ ଗାଁ ଲୋକମାନେ ସ୍ଥାନୀୟ ସମାଜସେବୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଖବର ଦେଇଥିଲେ ।ସେ ସେଠାକୁ ଜାଇ ବାଳକକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ । ପରେ ସନ୍ତୋଷ ଚନ୍ଦାହାଣ୍ଡି ଥାନାଧିକାରୀ ପ୍ରମାନନ୍ଦ ସୁନାନୀ ଏବଂ ବିଡିଓ ଧର୍ମରାଜ ମାଝୀଙ୍କୁ ଖବର ଦେଇଥିଲେ । ବିଡିଓଙ୍କ ନିର୍ଦ୍ଦେଶରେ ସମାଜ ମଙ୍ଗଳ ଅଧିକାରୀ ପ୍ରକାଶ ଢାଲି ସମାଜସେବୀ ସନ୍ତୋଷଙ୍କ ଘରକୁ ଯାଇ ପିଲାଟିକୁ ଦେଖିଥିଲେ । ପରେ ସେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମନୀଷ କୁମାର ପୁରୋହିତ ବାଳକର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ବାଳକର ମାନସିକ ଅବସ୍ଥା ଖରାପ ରହିଛି ବୋଲି ଡାକ୍ତର ପୁରୋହିତ କହିଛନ୍ତି । । ବାଳକ କହୁଥିବା ଭାଷା ସ୍ଥାନୀୟ ଅଞ୍ଚଳରେ ବୁଝାପଡୁ ନାହିଁ । ତା’ ସମ୍ପର୍କରେ ବିଶେଷ କିଛି ସୂଚନା ମିଳିପାରୁ ନାହିଁ ।ଏଭଳି ସାହାଯ୍ୟ ପାଇଁ ସମାଜସେବୀ ପ୍ରଶାନ୍ତଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ