Masthead

ଓଲଟିଲା କୁଣ୍ଡାଟ୍ରକ

ରାମନାଗୁଡା(ବଡ଼ଖବର ବ୍ୟୁରୋ): ରାୟଗଡା ଜିଲ୍ଲା ଗୁଣୁପୁର ଥାନା ରାମନାଗୁଡା ସଦର ଠାରୁ ୧ କିଲୋମିଟର ଦୂର ୩୨୬ ନଂ ଜାତୀୟ ରାଜପଥର ପାରୀକ୍ଷିତି ଘାଟି କଡରେ ସୋମବାର ମଧ୍ୟରାତିରେ ଏକ କୁଣ୍ଡାପାଉଡର ବୋଝେଇ ଟ୍ରକ ଓଲଟି ପଡିଥିଲା। ଏହି ଟ୍ରକଟି ଛତିଶଗଡ଼ର ରାୟଗଡା ଠାରୁ ଆନ୍ଧ୍ରପ୍ରଦେଶର ଭିମାଓରାମ ଯାଉଥିବା ଜଣାପଡିଛି। ଘାଟିରେ ଭାରସାମ୍ୟ ହରାଇ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଡ୍ରାଇଭର ଜାଙ୍ଗାଲା ପୋଲାୟା କହିଛନ୍ତି । ଦୁର୍ଘଟଣାରେ ତାଙ୍କର ବାମଗୋଡ଼ ଭାଙ୍ଗିଯାଇଥିବା ବେଳେ ହେଲପର ଜାଙ୍ଗାଲା ତାମି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ