Masthead

ମୋ ଭାଇକୁ ପୋଲିସ ମାରିଦେଲା

ପୁରୀ (ବଡ଼ ଖବର ବ୍ୟୁରୋ): ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁ ହୋଇଛି । ତାଙ୍କ ଦେହରେ ମାଡ଼ଦାଗ ସ୍ପଷ୍ଟ ବାରିହୋଇ ପଡୁଛି । ପୋଲିସ ହତ୍ୟାକାରୀ । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ବଡ଼ ମେଡିକାଲ ଆଗରେ ବିଜେପି, ଓକିଲ, ବୁଦ୍ଧିଜୀଜୀ ଓ ସାଧାରଣ ଲୋକମାନେ ଭିକ୍ଷୋବ ପ୍ରଦର୍ଶନ କରିଛନ୍ତି । ଘଟଣାକୁ ପୁରୀ ବାର ଆସୋସିଏସନ ନିନ୍ଦା କରିବା ସହ ଓକିଲମାନେ ରାଜରାସ୍ତାରେ ଭିକ୍ଷୋବ ପ୍ରଦର୍ଶନ କରିଛନ୍ତି । ପୋଲିସ ସହ ସାଧାରଣ ଜନତା ଓ ବିଜେପିକର୍ମୀଙ୍କର ଧସ୍ତାଧସ୍ତି ହୋଇଛି । ପୁରୀରେ ଲାଗିରହିଛି ଉତ୍ତେଜନା ।

ପୁରୀ ବଳିଆପଣ୍ଡା ଫାଦର୍ସ ସ୍କୁଲ ଅଞ୍ଚଳର କେ. ରମେଶ (୨୮)ଙ୍କର ପୁରୀ ବାସେଲି ସାହି ଥାନା ପୋଲିସ ମାଡ଼ରେ ମୃତ୍ୟୁ ହୋଇଥିବା ଆଜି ସକାଳେ ପ୍ରଚାର ହୋଇଥିଲା । ରମେଶଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି, ପୋଲିସ ବୁଧବାର ରାତିରେ ଘରକୁ ଆସିଥିଲା । ରମେଶ ବହୁ ଅପରାଧରେ ଜଡି଼ତ । ନିକଟରେ ସେ ଅନୁଗୁଳ ଜେଲରୁ ଆସିଥିବା କୁହାଯାଉଛି । ତେବେ ପୋଲିସ ରମେଶଙ୍କୁ ଥାନାକୁ ନେଇ ପିଟି ପିଟି ମାରିଦେଇଥିବା ତାଙ୍କ ଭାଇ ସମେତ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ