Masthead

ମୁହଁ ଖୋଲିଲା ବିଜେଡି

ଭଣ୍ଡାରିପୋଖରୀ (ବଡ଼ ଖବର ବ୍ୟୁରୋ): ଛତାବର ମଞ୍ଜୁରୀ ରୋଡ଼ ଛଞ୍ଚଣା ରାସ୍ତାର ଉନ୍ନତି ଦାବିରେ ଆସନ୍ତାକାଲି ଜନ ଆନ୍ଦୋଳନ ଡ଼ାକରା ଦେଇଛି ବିଜେପି । ବିଜେପିର ଆନ୍ଦୋଳନ ଡାକରା ପରେ ମୁହଁଖୋଲିଛି ବିଜେଡି । ଭଣ୍ଡାରିପୋଖରୀ ବିଜେଡି ପକ୍ଷରୁ ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ତତ୍ତ୍ୱାବଧାନରେ ଛତାବରଠାରୁ ମଞ୍ଜୁରି ରୋଡ଼ ଛୱିମା ଦୀର୍ଘ ୧୭.୭୬ କିମି ରାସ୍ତାକୁ ଆରଡି ବିଭାଗରୁ ବଦଳାଇ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ରାସ୍ତା ୭ ମିଟର ଚଉଡ଼ା କରାଯିବ । ପାଖାପାଖି ୨୫ କୋଟି ଟଙ୍କାର ଏସଟିମେଣ୍ଟ କରାଯାଇ ସରକାରଙ୍କ ପାଖକୁ ପ୍ରସ୍ତାବ ଦିଆସରିଛି । ଟଙ୍କା ଆସିଲେ ଟେଣ୍ଡର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ହେଲେ ଆସନ୍ତାକାଲି ଜନ ଆନ୍ଦୋଳନ ଡ଼ାକିବା ବାହାସ୍ଫୋଟ ଛଡ଼ା ଆଉ କ’ଣ ହୋଇପାରେ ବୋଲି ବିଜେଡି ନେତା ଦୀପ୍ତିସୂର୍ଯ୍ୟ ର୍ଭତେନ୍ଦୁ ବିଶ୍ଵାଳ ଓ ଲଳିତ କୁମାର ରାଉତ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ