Masthead

ନୂଆଗାଁ ବିଡିଓଙ୍କ ଦବଙ୍ଗଗିରି

ନୂଆଗାଁ (ବଡ଼ ଖବର ବ୍ୟୁରୋ): ସମସ୍ୟା ନେଇ ଅଭିଯୋଗ କଲେ ସମାଧାନ ବଦଳରେ ମିଳୁଛି ମାଡ଼ ଧମକ । କେତେବେଳେ ସାଧାରଣ ଜନତାଙ୍କୁ ତ ଆଉ କେତେବେଳେ ତଳିଆ କର୍ମଚାରୀଙ୍କୁ । ପୁଣି ଆଉ କେତେବେଳେ ଠିକାଦାରଙ୍କୁ ମାଡ଼ ମାରି ବିବାଦରେ ରହିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବିଡିଓ । ବିଡିଓ ପ୍ରମୋଦ କୁମାର ଦଳବେହେରା ଅଭିଯୋଗକାରୀଙ୍କୁ ମାଡ଼ ମାରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଆଉ କେହି ଅଭିଯୋଗ ନ କରି ଡରିମରି ରହୁଛି ତ କିଏ କିଛି ପାଉଣା ନେଇ ଚୁପ୍ ରହୁଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବୁଧବାର ପାରାଢିପି ପଞ୍ଚାୟତ ରାମପଲୀର ଆଦିବାସୀ ସମ୍ପ୍ରଦାୟର କେତେଜଣ ବରିଷ୍ଠ ନାଗରିକ ଓ ମହିଳା ବିଡିଓଙ୍କୁ ବିଭିନ୍ନ ଦାବି ନେଇ ଗୁହାରି କରିବାକୁ ଆସିଥିଲେ । ସମସ୍ୟା ସମାଧାନ କରିବା ତ ଦୂର କଥା ଓଲଟା ସେମାନଙ୍କୁ ମାଡ଼ ମାରି ବେକ ବୁଲେଇଦେବାକୁ ବିଡିଓ ଧମକ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀଙ୍କ ଉପରକୁ ଟେବୁଲ ଉପରେ ଥିବା ଜିନିଷ ଫୋପାଡ଼ିବାକୁ ବିଡିଓ ଉଦ୍ୟମ କରିଥିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ରାମପଲି ଗ୍ରାମର ବବିତା ପ୍ରଧାନ, କୁମାରୀ ବେହେରା, ସଞ୍ଜୁ ବେହେରା, ଶୁଶିଳା ବେହେରା । ସେପଟେ ଅଭିଯୋଗକୁ ସ୍ୱୀକାର କରିଛନ୍ତି ବିଡିଓ । ବିରକ୍ତ ହୋଇ ଏପରି କରିଥିବା ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ