Masthead

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

କୋଟଗଡ଼ (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲଦାରଙ୍କୁ ଆଦିବାସୀ ଏକତା ପରିଷଦ ବୁଧବାର ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି । ଦେଶବ୍ୟାପୀ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିରୋଧ ଆଦିବାସୀ ଏକତା ପରିଷଦ ବିରୋଧ କରୁଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ୨୦୨୧ରେ ହେବାକୁ ଥିବା ଜନଗଣନାରେ ଆଦିବାସୀଙ୍କୁ ହିନ୍ଦୁ ଧର୍ମରେ ଲେଖାଇବାକୁ ଯୋଉଁ କଥା ଉଠୁଛି ତୀବ୍ର ବିରୋଧ କରିଛି ପରିଷଦ । ବିକାଶ ନାମରେ ଆଦିବାସୀଙ୍କୁ ବିସ୍ଥାପିତ କରିବା ବନ୍ଦ କରିବାକୁ ଆଦିବାସୀ ଏକତା ପରିଷଦ ସ୍ମାରକପତ୍ରରେ ଦର୍ଶାଇଛି । ଏହିଭଳି ୧୨ଦଫା ଦାବି ଉଲ୍ଲେଖ ରହିଛି ।

କୋଟଗଡ଼ ଆଦିବାସୀ ଏକତା ପରିଷଦର ସଦସ୍ୟମାନେ ଆଜି ଜଗନ୍ନାଥ ମନ୍ଦିରରୁ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲେ । ସେଠାରେ ତହସିଲଦାର ଲଷ୍ମୀଧର ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଣ୍ଟୁ ମଲିକ, ଜିରିମିୟ ସୁକାମାଝି, ଷ୍ଟିଫାନ ପ୍ରଧାନ, ସରୋଜ ବେହେରା ମାଝୀ, ସୁଜିତ ଦଳେଇ ମାଝି, ଆବ୍ରହମ ସୁକମାଝୀ, ସୁରଦା ପ୍ରଧାନ, ବଳବନ୍ତ କାର୍ଜି ମାଝିଙ୍କ ସମେତ ପ୍ରାୟ ୩୦ରୁ ଊର୍ଧ୍ୱ ଲୋକ ସାମିଲ୍ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ