Masthead

ପିଟି ପିଟି ମାରିଲ , ଏବେ ଟଙ୍କା ଦିଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ହାଜତ ମୃତ୍ୟୁ ଅଭିଯୋଗ ପ୍ରଶାସନକୁ ଅଡୁଆରେ ପକାଇଛି । ପୁରୀ ଘଟଣାକୁ ଏସପି ସ୍ୱୀକାର କରିଥିବା ବେଳେ ସୁନ୍ଦରଗଡ଼ ଘଟଣାକୁ ସେଠାକାର ଏସପି ମାନୁନାହାନ୍ତି । ଏସପିଙ୍କ ସ୍ୱୀକାରୋକ୍ତି ପରେ ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ତେବେ ପୋଲିସ ସଜାଗ ଥିବାରୁ ପରିସ୍ଥିତି ସମ୍ପୃର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ।

ହାଇାକୋର୍ଟରେ ପୁରୀ ଘଟଣାକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି) ଓ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ରେ ମଧ୍ୟ ମାମଲା ରୁଜୁ ହୋଇଛି ।

ପୁରୀ ଓ ବିରମିତ୍ରପୁର ହାଜତ ମୃତ୍ୟୁକୁ ନେଇ ଓଚଆରସିରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କରିଛନ୍ତି ମାନବାଧିକାରକର୍ମୀ ପ୍ରବୀର ଦାସ । ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଦେବା ପାଇଁ ସେ ଅପିଲ୍ କରିଛନ୍ତି । ଓଏଚଆରସି ନିଜ ସଂସ୍ଥା ଦ୍ୱାରା ଦୁଇ ଘଟଣାର ତଦନ୍ତ ପାଇଁ ପ୍ରବୀର କମିଶନଙ୍କୁ ନିବେଦନ କରିଛନ୍ତି । ଦୋଷୀ ପୋଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ