Masthead

ପୁରୀ ହାଜତ ମୃତ୍ୟୁ ମାମଲା: ପଢନ୍ତୁ କ’ଣ କହୁଛନ୍ତି ମୃତକଙ୍କ ଦାଦା…

ପୁରୀ(ବଡ଼ ଖବର ବ୍ୟୁରୋ):ପୁରୀରେ ହାଜତ ମୃତ୍ୟୁକୁ ନେଇ ଏବେ ଚାଲିଛି ହାଇଭୋଲଟେଜ ଡ୍ରାମା । ପୋଲିସ କହିବାନୁଯାୟୀ ଗାଡି ଧକ୍କାରେ ରମେଶଙ୍କ ମୃତ୍ୟୁ ଘଟିଛି । ରମେଶଙ୍କ ଦାଦାଙ୍କୁ ପୋଲିସ ଛାଡ଼ିଥିବା ବେଳେ ତାଙ୍କ ବାପା ମା ଏବେ କେଉଁଠି ତାହା ଏବେବି ସସ୍ପେନ୍ସ ଘେରରେ ରହିଛି । ଜାତୀୟ ମାନବାଧିକାର କମିଶନରଙ୍କ ନୋଟିସ ପରେ ତ୍ୱରିତ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଛି। ସମ୍ବଲପୁର ଏସ୍‌ପି ଦାୟିତ୍ୱରେ ଥିବା କନଓ୍ୱର ବିଶାଲ ସିଂଙ୍କୁ ପୁରୀ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପୁରୀ ବାସେଳୀ ସାହି ଥାନା ଏସ୍‌ଆଇଙ୍କ ସମେତ ୨ କନଷ୍ଟେବଳ ମଧ୍ୟ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ଏସ୍‌ଆଇ ହେଲେ ବିପ୍ଲବ କୁମାର ପ୍ରଧାନ ଓ ଦୁଇ କନଷ୍ଟେବଲ ଜଗନ୍ନାଥ ସ୍ୱାଇଁ, ବାବୁଲି ବେହେରା । ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। ପୋଲିସ ଗାଡି ଧକ୍କାରେ ରମେଶଙ୍କ ମୃତ୍ୟୁ ହୋଇଛି । ପୋଲିସ କବଜାରୁ ଫେରି ମୃତ କେ. ରମେଶଙ୍କ ଦାଦା ଏହା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ