ଦୁଇଦିନ ହେବ ପଡ଼ି ରହିଛି ଶବ

ନୟାଗଡ଼ ( ବଡ଼ ଖବର ବ୍ୟୁରୋ) : ଶ୍ମଶାନ ଯାଗାକୁ ନେଇ ଦେଖାଦେଇଛି ବିବାଦ । ସତ୍କାର ଲାଗି ଶବକୁ ଛାଡି ଦେଲେନି ଗାଁ ଲୋକେ। ଫଳରେ ଗତ କାଲି ଠାରୁ ପଡି ରହିଛି ମୃତକଙ୍କ ମର ଶରୀର । ଯାହାକୁ ପ୍ରତିବାଦ କରି ଶବକୁ କଦଳୀପଲ୍ଲୀ-ଶିଖରପୁର ରାସ୍ତାରେ ରଖି ଧାରଣା ଦେଇଛନ୍ତି ଗାଁ ଲୋକ । ଏମିତିକା ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଭାଲିଆ ଡ଼ିହି ଗାଁରେ । ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି ପୋଲିସ । ଗାଁର ଉପରସାହି ଏବଂ ପାଇକ ସାହି ମଧ୍ୟରେ ଶ୍ମଶାନ ଯାଗାକୁ ନେଇ ବିବାଦ ଲାଗି ରହିଛି। ଗତକାଲି ଉପର ସାହିର ନାଥ ପ୍ରଧାନ(୭୨)ଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଶବକୁ ସତ୍କାର ଲାଗି ପାଇକ ସାହିର ଲୋକମାନେ ବିରୋଧ କରିଥିଲେ । ଫଳରେ ଗତକାଲି ଠାରୁ ମୃତଦେହ ପଡ଼ି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ