Masthead

ନଦୀଘାଟରେ ଡଙ୍ଗା ଭସାକୁ ନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅତୀତର ନୌବାଣିଜ୍ୟକୁମାନସପଟ୍ଟରେ ସାଇତି ରଖିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଓ ପୋଖରୀରେ ଦଳ ଦଳ ହୋଇ ଲୋକେ ଭସାଇଥାନ୍ତି ଡଙ୍ଗା । ଏହା କାଗଜ, ସୋଲ କିମ୍ବା କଦଳୀ ପଟୁକାରେ ହେଲେ ମଧ୍ୟ ଚଳିତ ବର୍ଷ ଜାରି ହୋଇଛି କଟକଣା ।

କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗୋଟିଏ ସ୍ଥାନରେ ବହୁ ଲୋକଙ୍କ ସମାଗମକୁ ନିଷେଧ କରାଯାଇଛି ।

ଏକଦା କାର୍ତ୍ତିକ ପୂର୍ଣ୍ଣିମାରେ ସାଧବ ପୁଅମାନେ ସୁଦୂର ବାଲି, ସୁମାତ୍ରାକୁ ବାଣିଜ୍ୟ ପାଇଁ ଯାଉଥିଲେ । ସାଧବ ଘରର କୂଳ ବଧୂମାନେ ଏମାନଙ୍କୁ ଦେଉଥିଲେ ବିଦାୟ । ଏହି ପରମ୍ପରାକୁ ଅମଳିନ ରଖିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଓ ପୁଷ୍କରିଣୀରେ ଲୋକେ ଡଙ୍ଗା ଭସାନ୍ତି । କରୋନା କଟକଣାକୁ ନଜରରେ ରଖି ଏହା ଉପରେ ରାଜ୍ୟ ସ୍ୱତନ୍ତ୍ର କମିଶନର କଟକଣା ଲାଗୁ କରିଛନ୍ତି । କେବଳ ଡଙ୍ଗା ଭସା ନୁହେଁ କାର୍ତ୍ତିକ ପୂଣ୍ଣିମାରେ ସମୁହ ସ୍ନାନ ଉପରେ ଲାଗିଛି ସରକାରୀ ଅଙ୍କୁଶ । ନିୟମ ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼