Masthead

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ନିଳଗିରି(ବଡ଼ ଖବର ବ୍ୟୁରୋ): ପରୀ ନିଆଁ ଲିଭିନଥିବା ବେଳେ ନିଳଗିରିରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା । ୧୩ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ବିଷପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତା ନାବାଳିକାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନିଳଗିରି ବାଘମାରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ କିଛି ଲୋକ । ସେମାନଙ୍କ ମଧ୍ୟରେ ଥିଲେ ମଧୁ ସିଂ, ତାଙ୍କ ଭାଇ ଓ ସ୍ତ୍ରୀ ।

ଏମାନଙ୍କୁ ଦେଖା କରିବାକୁ ସେମାନଙ୍କ ୫ମ ଶ୍ରେଣୀରେ ପଢୁଥିବା ଝିଅ ଇଟାଭାଟିକୁ ଆସିଥିଲେ । ତେବେ ଭାଟି ମାଲିକ ଓ ମ୍ୟାନେଜର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । କାଳେ ଝିଅଟି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଦେବ, ସେଥିପାଇଁ ମାଲିକ ଓ ମ୍ୟାନେଜର ଖାଦ୍ୟରେ ବିଷ ମିଶାଇ ପୀଡିତାଙ୍କୁ ଖୁଆଇ ଦେଇଥିଲେ । ପୀଡ଼ିତା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ନିଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ମେଡିକାଲ ଫାଣ୍ଡିରେ ଏତଲା ଦିଆଯାଇଛି । ପୋଲିସ ଶବ ଜବତ କରିଛି । ନିଳଗିରି ପୋଲିସ ବାଲେଶ୍ୱରରେ ପହଞ୍ôଚ ପୀଡ଼ିତାଙ୍କ ପରିବାରକୁ ଭେଟିଛି । ତେଣେ ଇଟାଭାଟି ମାଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ