Masthead

ଆନ୍ଦୋଳନରୁ ଓହରିଲେ ଶ୍ରମିକ

ପାରାଦୀପ(ବଡ଼ ଖବର ବ୍ୟୁରୋ): ଦୁଇଦିନ ଧରି ଆଇଓସିଏଲରେ ଚାଲିଥିବା ଶ୍ରମିକ ଅଶାନ୍ତିର ଅନ୍ତ ଘଟିଛି । ଶ୍ରମିକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛି ଆଇଓସିଏଲ । ୯ ଦଫା ଦାବି କାର୍ୟ୍ୟକାରୀ କରିବା ପାଇଁ ଆଇଓସିଏଲ ଲିଖିତ ପ୍ରତିଶ୍ରୁତି ଦେଇଛି । ଆନ୍ଦୋଳନରୁ ଓହରିଛି ପାରାଦୀପ- ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । କ୍ୟାଣ୍ଟିନ୍ ସୁବିଧା, ଯାତାୟତ ପାଇଁ ବସ ସୁବିଧା, ଗାଡି ପାର୍କିଙ୍ଗ, ପୁରୁଣା ଶ୍ରମିକଙ୍କୁ ଛଟେଇ ନକରିବା, ପ୍ରଭୃତି ୯ ଦଫା ଦାବି ମାନି ନେଇଛନ୍ତି ଆଇଓସିଏଲ କର୍ତ୍ତୃପକ୍ଷ । କିଛିଦିନ ତଳେ ଶ୍ରମିକମାନଙ୍କ ଦାବି ପ୍ରତି ତୈଳବିଶୋଧାନାଗାର କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ବିରୋଧରେ ଶ୍ରମିକ ଅଶାନ୍ତି ତେଜିଥିଲା । ଗତକାଲି ରାତିରେ ଆଇଓସିଏଲ କର୍ତ୍ତୃପକ୍ଷ ଶ୍ରମିକ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି । ଆଲେଚନା ପରେ ଜାନୁଆରୀ ମଧ୍ୟରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜି ସକାଳେ ଆନ୍ଦୋଳନରୁ ଶ୍ରମିକ ସଙ୍ଗଠନ ଓହରି ଯାଇଥିଲେ । ଯଦି ଠିକ ସମୟରେ ଦାବି ପୂରଣ ନ ହୁଏ, ଆଇଓସିଏଲକୁ ଅର୍ଥ ନୈତିକ ଅବରୋଧ କରାଯିବ ବୋଲି ଶ୍ରମିକ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ