Masthead

ଆନ୍ଦୋଳନରୁ ଓହରିଲେ ଶ୍ରମିକ

ପାରାଦୀପ(ବଡ଼ ଖବର ବ୍ୟୁରୋ): ଦୁଇଦିନ ଧରି ଆଇଓସିଏଲରେ ଚାଲିଥିବା ଶ୍ରମିକ ଅଶାନ୍ତିର ଅନ୍ତ ଘଟିଛି । ଶ୍ରମିକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛି ଆଇଓସିଏଲ । ୯ ଦଫା ଦାବି କାର୍ୟ୍ୟକାରୀ କରିବା ପାଇଁ ଆଇଓସିଏଲ ଲିଖିତ ପ୍ରତିଶ୍ରୁତି ଦେଇଛି । ଆନ୍ଦୋଳନରୁ ଓହରିଛି ପାରାଦୀପ- ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । କ୍ୟାଣ୍ଟିନ୍ ସୁବିଧା, ଯାତାୟତ ପାଇଁ ବସ ସୁବିଧା, ଗାଡି ପାର୍କିଙ୍ଗ, ପୁରୁଣା ଶ୍ରମିକଙ୍କୁ ଛଟେଇ ନକରିବା, ପ୍ରଭୃତି ୯ ଦଫା ଦାବି ମାନି ନେଇଛନ୍ତି ଆଇଓସିଏଲ କର୍ତ୍ତୃପକ୍ଷ । କିଛିଦିନ ତଳେ ଶ୍ରମିକମାନଙ୍କ ଦାବି ପ୍ରତି ତୈଳବିଶୋଧାନାଗାର କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ବିରୋଧରେ ଶ୍ରମିକ ଅଶାନ୍ତି ତେଜିଥିଲା । ଗତକାଲି ରାତିରେ ଆଇଓସିଏଲ କର୍ତ୍ତୃପକ୍ଷ ଶ୍ରମିକ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି । ଆଲେଚନା ପରେ ଜାନୁଆରୀ ମଧ୍ୟରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜି ସକାଳେ ଆନ୍ଦୋଳନରୁ ଶ୍ରମିକ ସଙ୍ଗଠନ ଓହରି ଯାଇଥିଲେ । ଯଦି ଠିକ ସମୟରେ ଦାବି ପୂରଣ ନ ହୁଏ, ଆଇଓସିଏଲକୁ ଅର୍ଥ ନୈତିକ ଅବରୋଧ କରାଯିବ ବୋଲି ଶ୍ରମିକ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା